STORYMIRROR

ABADHOOT PANDA

Inspirational

3  

ABADHOOT PANDA

Inspirational

ମାନବୀୟ ପ୍ରତିନିଧି

ମାନବୀୟ ପ୍ରତିନିଧି

2 mins
347


ମାନବୀୟ ମାନସପଟ୍ଟ ଅଟଇ ସର୍ବଶ୍ରେଷ୍ଠ ସହନିର୍ମାତା

ତଥା ପ୍ରକୃତ ଜାଗତିକ ବ୍ୟବହାରପଟୁ ଯାହା ଆଶୀଷଯୁକ୍ତ

ସର୍ବ ଶକ୍ତି ସାମର୍ଥ୍ୟ ଏବଂ ମହାନତା ସହିତ ପ୍ରଭାବିତ

କରିବା ନିମିତ୍ତ ଭୌତିକ ପ୍ରକୃତିର ବିକାଶଶୀଳ ପ୍ରକ୍ରିୟାକୁ l


ଜାଗତିକ ସହପ୍ରତିକ୍ରିୟାଶୀଳ ସହମତି ବଳରେ ମାନବୀୟ

ଉଦ୍ଦେଶ୍ୟ ପରିପୂରଣ କରେ ଏହାର ନିଜର ସଂଗଠନ,

ଯଦ୍ୱାରା ମାନବ ସମାଜ କରିଥାଏ ବିସ୍ତାର ତାର ପ୍ରଭାବ

ତାହାର ସମଷ୍ଟିକୃତ ଅଭିପ୍ରାୟରାଜି ଜରିଆରେ,ଆଉ ମଧ୍ୟ

ଗଢ଼ିପାରେ ମାନବ ଏହି ଧରାଧାମେ ସ୍ୱର୍ଗ କିମ୍ବା ନର୍କ ତା'ର

ଏକତ୍ରିକୃତ ଉତ୍ସାହ ମାଧ୍ୟମରେ l


ପୃଥକୀକରଣ ଏବଂ ଏକାନ୍ତଵାସ ଉପରେ ମାନବୀୟ

ବିଶ୍ୱାସ ଢାଳେ ଅହମକ ବାସନା ଓ ପିଶାଚବାଦରୂପୀ

ଅଗ୍ନିସମ ଇନ୍ଧନ ସତତ, ତିଷ୍ଠି ରହିଛି ମାନବ ଜାତି

ଏଠି ବଞ୍ଚିରହିବାକୁ ସଦ୍ଭାବନା ତଥା ଉଦାରତା ସହକାରେ

ପୃଥିବୀପୃଷ୍ଠରେ ଯେଉଁଥି ପାଇଁ ହୋଇଥିଲା ନିର୍ମିତ ମାନବ

ସମାଜ ବାସ୍ତବରେ ପାଇବାକୁ ଭଲ ସଚରାଚର

ଧରାବାସୀଙ୍କୁ ବିନା କୌଣସି ସର୍ତ୍ତରେ l


ଅନିବାର୍ଯ୍ୟ ଭାବେ ମନ ଏବଂ ଵସ୍ତୁ କରନ୍ତି ଆଚରଣ ରଖି 

ପାରସ୍ପାରିକ ସାମଞ୍ଜସ୍ୟ ଯେତେବେଳେ ମନ କରେ ଇଚ୍ଛା

ଆଉ ଵସ୍ତୁ ମାନେ ତାହାର ନିର୍ଦ୍ଦେଶ ନକରି ରାଜଦ୍ରୋହ,

ଅଭିଳାଷ ଓ ଅଭିପ୍ରାୟ ମାନବର ହୁଏ ଅବିକଳ ରୂପେ

ଅବିର୍ଭୁତ ବାସ୍ତବିକତାରେ ଭାବିଥାଏ ଯାହାକିଛି ମାନବ 

ଅବଶ୍ୟ ତାହା ହୁଏ ପ୍ରକାଶିତ ଅପରିବର୍ତ୍ତନୀୟ ଭାବରେ l


ଏକତ୍ରିତ ମାନବୀୟ ମନ ଓ ବିବେକ ଗଢ଼ିଥାଏ ଏକ

ଉର୍ଜାମୟ କ୍ଷେତ୍ର, କର୍ମ କରିଚାଲେ ଯିଏ ଜାଗତିକ

 ପରିସରେ ଏକ ଶକ୍ତିଶାଳୀ ସକ୍ରିୟାତ୍ମକ ଭାବଧାରାରେ

ପୃଥିବୀକୁ ପରିବର୍ତ୍ତିତ କରି ଭଲ କିମ୍ବା ମନ୍ଦ ତାତ୍ତ୍ୱିକ

ପ୍ରଭାବେ ସୃଷ୍ଟ ଯାହା ନିର୍ଦ୍ଦୟ ମାନବୀୟ ଅଭିକର୍ତ୍ତୃତ୍ୱେ l


ଗ୍ରହସ୍ତରୀୟ ସଂରକ୍ଷକ ଭାବେ ହୋଇଛି ମାନବଜାତି

କ୍ରମବିକଶିତ ଆଉ ବି ବଞ୍ଚିରହିବାକୁ ଧରାପୃଷ୍ଠେ ସଭିଙ୍କୁ

ପାଇ ଭଲ ପାର୍ଥିବ ଐକ୍ୟରେ ଏକ ଅଭିଭାବକ ରୂପେ,

ସମଷ୍ଟିଗତ ମାନବୀୟ ବ୍ୟବହାର କରୁଅଛି ପ୍ରଭାବିତ

ଭୁମଣ୍ଡଳକୁ, ଯଦି ସେ ଧ୍ୱଂସ କରିଚାଲେ ଏହି ଭୁମଣ୍ଡଳ 

ନିଜ ସ୍ୱାର୍ଥ ପୁରଣେ ପାଇବନି ସେ କେବେ ବାସସ୍ଥାନ

ଭୁପୃଷ୍ଟେ ଅନନ୍ତ କାଳ ଯାଏଁ l


ଜାଗତିକ ସ୍ୱେଚ୍ଛାସେବୀଗଣଙ୍କ ଏକତାବଦ୍ଧ ପରିବାର

ସଦୃଶ ଅଟଇ ଆମର ଏହି ପୃଥିବୀ ଓ ମାନବ ହେଉଛି

ସଦସ୍ୟ ଏହାର ଯିଏକି ଅବଶ୍ୟ କର୍ତ୍ତବ୍ୟ କରିବ ସାଧନ

ଦାୟିତ୍ୱଶୀଳ ଭାବେ ଜ୍ଞାନୀ ସାଧୁ ତଥା ଭବିଷ୍ୟତଦ୍ରଷ୍ଟା

ରୂପେ, ଅମଙ୍ଗଳକାରୀ ମାନବୀୟ ସଂସ୍ଥା ଧ୍ବଂସ କରି

ପାରେ ଆମ ସୁନ୍ଦର ପାର୍ଥିବ ପରିବାରକୁ ବାସ୍ତବରେ,

ସୁତରାଂ ମାନବଜାତି ନିଶ୍ଚୟ ଦିନେ ହେବ ଦୟାର୍ଦ ଓ

ପାଇବ ଭଲ ସମସ୍ତ ଉଦ୍ଭିଦ ଓ ପ୍ରାଣୀଜଗତକୁ ନିଜର

ଆତ୍ମୀୟ ପରିବାରବର୍ଗ ସଦୃଶ ।

          



Rate this content
Log in

Similar oriya poem from Inspirational