STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ଭିନ୍ନ ଏକ ନାମ ଇଣ୍ଡିଆ

ଭିନ୍ନ ଏକ ନାମ ଇଣ୍ଡିଆ

2 mins
181

       

ଅନେକ ନାମିତ ନାମରେ ମଣ୍ଡିତ ଭୂଖଣ୍ଡ ଏମିତି ଏକ

ମହାବିଷ୍ଣୁ ଙ୍କର ଲୀଳା ପ୍ରକାଶିତ ପବିତ୍ର ବିଳାସ କକ୍ଷ

ସେ ଭୂଖଣ୍ଡେ ନିତ୍ୟ କଳ କଲ୍ଲୋଳିନୀ ପବିତ୍ର ଜାହ୍ନବୀ ଝରେ

ଆର୍ଯ୍ୟାବର୍ତ୍ତ ଯହିଁ ହିମବନ୍ତ ମଥା ମୁକୁଟ ସମାନ ଝଳେ ।

 

ଚାରୁ ଚିତ୍ରମୟ ଐଶ୍ୱର୍ଯ୍ୟ ବିଭବ ଗୂରୁ ଗଉରବେ ସଦା

ବିମଣ୍ଡିତେ ସମୁଜ୍ଝ୍ଵଳ ଆର୍ଯ୍ୟାବର୍ତ୍ତ ଦିଅଇ ସମତା ବାର୍ତ୍ତା

ବୈଦିକ ଯୁଗରୁ ବିଜୟ କେତନ ଉଡୁଅଛି ନିରନ୍ତର

ଉପମା କି ଉପମେୟ ରେ ତାହାର ଅନ୍ୟ ନୁହେଁ ପଟାନ୍ତର ।

 

ମହୋଦଧି ଯାର ଉତ୍ପଳ ପୟର ଧୌତେ ଉତ୍ତାଳ ତରଙ୍ଗ

ଜଳଧି ବରୁଣ ଲୋଡୁଥାଏ ନିତି ଧାବମାନ ହୋଇ ବ୍ୟଗ୍ର

ସେ ପୂଣ୍ୟ ପବିତ୍ର ଭୁଖଣ୍ଡ ଅମୀୟ ରୂପ ତାର ଅପରୂପ

ଅନ୍ୟ ଏକନାମ ବେଦରେ ବିଦିତ ମନୋମୟ ଜମ୍ଵୁଦୀପ ।

 

ରାମାୟଣ, ମହାଭାରତ ସମାନ ମହାଯୁଦ୍ଧ ସମାହିତ

ଧର୍ମ ରକ୍ଷା ଅର୍ଥେ ହୋଇଛି ଏମାଟି ଅନିନ୍ଦ୍ୟ ସୁନ୍ଦର ଚିତ୍ର

ବୁଦ୍ଧଦେବ ଜନ୍ମ ମାଟି ଚଣ୍ଡାଶୋକ ଅଶୋକ ଙ୍କ ଜମ୍ଵୁଦୀପ

ତୃତୀୟ ଶତାବ୍ଦୀ କାଳୁ ବି ପୁରୁଣା ମୋ ପବିତ୍ର ଆର୍ଯ୍ୟାବର୍ତ୍ତ ।

 

ସୌର୍ଯ୍ୟବନ୍ତ ସୌମ୍ୟ ରାଜଶ୍ରୀ ରାଜନ୍ୟ ଭୃଗୁ ପରାଶର ଅତ୍ରୀ

ବିଶ୍ଵାମିତ୍ର ଆଦି ବଶିଷ୍ଠ ବ୍ରହ୍ମର୍ଷି ରଚିଲେ ପବିତ୍ର ଶୃତି

ଏ ମହାନ ଗ୍ରନ୍ଥ ପୃଥିବୀ ବିଦତ ପବିତ୍ର ବନ୍ତ ସଂସ୍କୃତି

ତେଣୁ ପୁର ପଲ୍ଲୀ କବିଙ୍କ ଭାଷାରେ ଭ୍ରତଖଣ୍ଡ”କହିଥାନ୍ତି ।

 

ଏଭୂଖଣ୍ଡେ ରାମ, ପର୍ଶୁରାମ, କୃଷ୍ଣ, ବଳରାମ,ବୁଦ୍ଧ, କବୀର,

ନାନକ, ଜଇନ୍, ରାମାନୁଜ,ଗୁରୁ ଶଙ୍କରାଚାର୍ଯ୍ୟ ଆବର

ସାକ୍ଷାତ ଈଶ୍ଵର କରିଲେ ପ୍ରଚାର ଏକାକାର ଏକ ଧର୍ମ

ତେଣୁ ଆଉ ଏକ ଅପୂର୍ବ ନାଁରେ ନାମିତ ୟେ ହିନ୍ଦୁସ୍ଥାନ ।

 

ଅନେକ ବିଦେଶୀ ବିଧର୍ମୀ ତସ୍କର ବଣିକ ଲୋଲୁପ ଦୃଷ୍ଟି

ବିଶାଳ ସଭ୍ୟତା ଅଷ୍ଟ ଅଇଶ୍ୱର୍ଯ୍ୟ ବିମଣ୍ଡିତ ଏଇ ମାଟି

ପରେ ଅତ୍ୟାଚାର କେତେ ବ୍ୟଭିଚାର କ୍ଷମା କରିଦେଇ ଅଛି

ଜାଜୋଲ୍ୟମାନ ମୋ *”ଭାରତ” ବର୍ଷ ବ୍ରହ୍ମାଣ୍ଡ ବିଖ୍ୟାତ ଛବି ।

 

ସାଧୁ ସନ୍ଥ ପୂତ ଅମୃତ ଭୁଖଣ୍ଡ ବିଶ୍ଵକବି ବିଶ୍ଵଗୁରୁ

ଅଖ୍ୟାତ ପଲ୍ଲୀର ଭୀମଭୋଇ ଗୀତ ଶୁଭେ ବିଶ୍ଵ ଦରବାରୁ

ଏଇ ଆର୍ଯ୍ୟାବର୍ତ୍ତ, ଭ୍ରତଖଣ୍ଡ ଏତ ହିନ୍ଦୁସ୍ଥାନ ଜମ୍ବୁ ଦୀପ

ଜୟ ଜବାନ୍ ଜୟ କିଶାନ୍ ର ଦେଶ ମୋ ଭାରତବର୍ଷ ।

 

ଅନେକ ଭାଷା ର ଅନେକ ଧର୍ମର ଏକକତ୍ତ୍ଵ ଏ ଭୂଖଣ୍ଡ

ଅନେକ ରାଜ୍ୟର ସମ୍ମିଳିତେ ଏକ ଦେଶ ଏକ ମାନଦଣ୍ଡ

ସମବେତ ସର୍ବେ ଏକ ବାନା ତଳେ ତ୍ରିରଙ୍ଗା ତାହାର ନାଆଁ

ଏକଜାତି ଭାରତୀୟ ମୁଁ “ଭାରତ ଅଟେ” ପରା ମୋର ମାଆ ।

 

ତାକୋଳେ ଜନମି ଜୀବନ ପବିତ୍ର ତାର ଶିଳା ଶାଳଗ୍ରାମ

ପ୍ରଫୁଲ୍ଲ ହୃଦୟ ସୁବାଷ କୁସୁମ ଭକ୍ତି ପୁଷ୍ପାଞ୍ଜଳୀ ଘେନ ।

          

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational