STORYMIRROR

ମିତା ପଟନାୟକ

Abstract

3  

ମିତା ପଟନାୟକ

Abstract

ପଞ୍ଚକ

ପଞ୍ଚକ

1 min
315

ପୂଜା ପାର୍ବଣ ର ସଦ୍ୟ ଗମନ

ହାଲକା ଶୀତ ର ଆଗମନ

ବାର ମାସ ତେର ପରବକୁ ମୁଖସ୍ତ କରୁ କରୁ

କାର୍ତ୍ତିକ କରାଘାତ କରୁଥାଏ

ମନର ଦାଣ୍ଡ ଦୁଆର


ପାରିବା ଥଳି ରୁ ମୁହଁ ଦେଖାଏ

କଞ୍ଚା କଦଳୀ ସାରୁ ଆଉ କାନ୍ଧିଆ ଲେମ୍ବୁ

ବୋଉ ର ସକାଳ ଗାଧୁଆ

ଜେଜୀ ର ହବିଷ ରନ୍ଧା

କେମିତି ଏକ ପବିତ୍ରତା ର ମନ୍ତ୍ର ଉଚ୍ଚାରଣ କରୁଥାଏ


ଆମ ଐତିହ ଆମ ପରମ୍ପରା

ପୂଜ୍ୟ ପୂଜା ରିତି ନିତି

ଧର୍ମ କର୍ମ ଦାନ ଧର୍ମ ସ୍ୱାର୍ଥ ତୀର୍ଥ

ସବୁ ବନ୍ଧା ଗୋଟିଏ ସୂତାରେ

ଗୋଟିଏ କଥାରେ ଗୋଟିଏ ଜାଗାରେ

ନାଁ ପରା ପଞ୍ଚୁକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract