STORYMIRROR

Sudhanjali Mishra

Abstract

3  

Sudhanjali Mishra

Abstract

ପଣତରେ ବନ୍ଧା

ପଣତରେ ବନ୍ଧା

1 min
11.5K

ପଣତରେ ବନ୍ଧା ଏଇ ମୋ ଜୀବନ

ଅହରହ ଏହି ସଂସାରେ

ପୋଛିଦେବା ପାଇଁ ପୁଅର ଦୁଃଖକୁ

ଭିଜୁଥାଏ ଖୁସି ଲୁହରେ

କେବେ ପୁଣି ମୁହିଁ ଛୁଆ ସାଜିଯାଏ

ମାଆଙ୍କ ପଣତ କାନିରେ

ନାତି,ଆଉ ଝିଅ ଘୋଡାଇ ପଣତେ

ଆବୋରି ନିଏ ସେ କୋଳରେ

ପଣତ ଧରିଛି ଜାବୋଡିକି ମୋତେ

ଛାଡୁନାହିଁ ଆଉ ସେ ଜମା

ସାହି ପଡିଶା ବି ବୁଝାଇଲେ କେତେ

ହଟୁନି ମୁଣ୍ଡୁ ତଳକୁ ,ନା

ବୋହୂ ସାଜି ଅଛୁ ସାଜିଥିବୁ ତୁହି

ପଣତ ମୁଣ୍ଡରୁ ହଟାନା

କୁଳବଧୂ ସାଜି ସଦା ଝଟକିବୁ

ସମ୍ମାନରେ ହାନି ଆଣନା

ମୁଣ୍ଡରେ ପଣତ କହିଦିଏ ତା"ର

ବ୍ୟବହାର ଚାଲିଚଳଣି

ଆମ ପରମ୍ପରା ସଂସ୍କୃତି ସଭ୍ୟତା

କେତେ ଯେ ବଦଳି ଗଲାଣି

ତଥାପି ତାହାର ଛାଡୁନାହିଁ ହାତ

ସେମିତି ଜାବୋଡି ଧରିଛି

ପଣତରେ ବନ୍ଧା,ବାନ୍ଧି ପଣତରେ

ମାଆ ପୁଅକୁ ମୁଁ ଛନ୍ଦିଛି

    


Rate this content
Log in

Similar oriya poem from Abstract