STORYMIRROR

Banasmita Panda

Tragedy Inspirational

3  

Banasmita Panda

Tragedy Inspirational

ପଣତ କାନି

ପଣତ କାନି

2 mins
174


ବହୁତ ଘନିଷ୍ଠ ସମ୍ପର୍କ

ପଣତ ସହ ମମତାର

ନିବିଡ଼ତାରେ ଭରା

ଦୁଃଖ ନେଇ ସୁଖର

ଭଣ୍ଡାର ଓଯାଡ଼ି ଦେଇଛି ପରା

ସାରା ଜୀବନ କେତେ ଋଣୀ

କେବେ ତ ଦେଖିନି

କେବେ ଉଣା ଏହି ପସରା !!!

ପିଲାଦିନେ ବୋଉ ଦେଖାଣିଆ

ମାଡ଼, ଗାଳି ବେଲେଣା,

ଖଡ଼ିକା ପାହାର

ବାପାଙ୍କ ଅଙ୍କ କଷାରେ

ପଣିଖୀଆ ମାଡ଼

ପଡିଶା ଘର ପିଜୁଳି ଚୋରି

ଠୁ ଆମ୍ବ ଚୋରି ଗଞ୍ଜଣା

ସ୍କୁଲରେ ମାଷ୍ଟ୍ରେଙ୍କୁ ଠକି

ସାଙ୍ଗ ମାନଙ୍କ ସହ

ନଈକୁଳିଆ ଅସାର

ସବୁ କଷ୍ଟତ ଆପଣେଇ ନେଉଥିଲା

ବୋଉର ସେ ସୂତା ଶାଢ଼ୀର

ପଣତ କାନି

ପ୍ରତିଟି ଲୁହ ଏଠି ଯାଇ

ନେଇଛି ହସର ମୁକୁତା ଆକାର !!!

ଜୀବନର ଅନେକ ଝଡ ଝଞ୍ଜା

କେବେ ଜିତି ଯାଇଛି ତ

କେବେ ହାରିଯାଇଛି

ପ୍ରତିଟି ହସ ଦେବାରେ

କେତେ କଷ୍ଟ ଆପଣେଇଛି

ହେଲେ ମୋର ଟିକି ସଂସାର

ପାଇଁ ମନ ପ୍ରାଣ ଦେଇ ଲଢ଼ିଛି

ତୁମେ ତ ସାକ୍ଷୀ ପ୍ରିୟା

ଯେବେ ଯେବେ ନିଅଣ୍ଟ ପଡିଛି

ଖଦି ଗାମୁଛା ମୋହର

ତୁମ ଏହି ପଣତକାନି ସମ୍ଭାଳି

ନେଇଛି ଆମ ସଂସାର ଭାର 

ହେଲେ ତୁମେ କି ତୁମ ପଣତ କାନି

ଛାଡି ଦେଇନି ମୋ ହାତ ଠୁ ମଥା

ଏହି ସୂତା କାନିରେ ହସିଉଠେ

ମୋର ଏବଂ ମୋ ପିଲାଙ୍କ

ଖୁସିର ସଂସାର !!!

ଅଳି ଅଳି ଝିଅଟି ମୋର

ପ୍ରେମ, ପୀରତି ରେ ଭରି ଦିଏ

ମୋ ସଂସାର

ତାର ସ୍ନେହ ଭରା ରାଗ ରୁଷା

ହସିବାକୁ ମୋତେ ଦିଏ ସାହସ

ହଜାରେ କଷ୍ଟ ମଉଳି ଯାଏ

ତାର ମିଠା ମିଠା ବୋଲରେ

ଆଉ କାହା ଧନ ସେ କୁହନ୍ତି

ଅର୍ଦ୍ଧାଙ୍ଗିନୀ ମୋର ଗେଲରେ

ବୋଉର ତୁ ପ୍ରତିଛବି

ଦଉ ତୁ ମୋତେ

ସେଇ ସ୍ନେହ ସେଇ ଶାନ୍ତି

ସେ ଦିନ ଭି ପାଖେଇ ଆସିଲା

ମୋ ଘର ଅଗଣାକୁ ପର କରିବାକୁ

ସେ ବସିଲା

ବାପା ବୋଲି ଝିଅ ବିଦାକୁ ଛିଡା ହେଲି

ଆତ୍ମା ଭିତରେ ଭିତରେ ଫାଟୁଥିଲା

ବାପା କହି ଝିଅ ମୋର କଇଁ କଇଁ

କାନ୍ଦୁଥିଲା

ଚାପି ପାରିଲିନି କୋହକୁ

କାନ୍ଦି ପକାଇଲି ଧରି ଝିଅକୁ

ଦେଖି ସେ ତାର ଧର୍ଯ୍ୟହରା ବାପାକୁ

ପଣତ କାନିରେ ପୋଛିଦେଲା

ମୋ ଲୁହକୁ

ସେଦିନ ବୋଉର ପଣତ କାନିର

ମହକ ବାସି ଉଠିଥିଲା

ଲାଗୁଥିଲା ତୋ ରୂପେ ମା ସେ

ମୋ ପାଖେ ପାଖେ ରହୁଥିଲା !!!

ସତରେ କେଡେ ମହତ ଏ

ସୂତା ପଣତ କାନିର

ସଂସାରର ସବୁ ସୁଖ ଦେବାର

ସଂସାରର ସବୁ ଦୁଃଖ ନେବାର

ଅଛି ତାକତ ତାହାର !!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy