Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sumanta behera

Children

3  

sumanta behera

Children

ପଣିକିଆ ଗୀତ

ପଣିକିଆ ଗୀତ

1 min
208


ଦୁଇ ଏକେ ଦୁଇ

ଆସରେ ପିଲେ ପଢିବା ପାଠ

ସୁନା ପିଲା ହୋଇ ।


ଦୁଇ ଦୁଗୁଣେ ଚାରି

ପଢିଲେ ପାଠ ବଢିବ ଜ୍ଞାନ

ମନେ ଖୁସି ଭରି ।


ଦୁଇ ତିରିକି ଛଅ

ପଢିବା ପାଇଁ ପାଠକୁ ତୁମେ

ମନୋଯୋଗୀ ହୁଅ ।


ଦୁଇ ଚଉକୁ ଆଠ

ମନ ଦେଇ ପଢିଲେ ଆମେ

ଭାରି ସହଜ ପାଠ ।


ଦୁଇ ପଞ୍ଚା ଦଶ 

ବିଦ୍ୟା ଆମର ଉତ୍ତମ ବନ୍ଧୁ

ମୁଖେ ଦେବ ହସ ।


ଦୁଇ ଷୋଖ ବାର

ଆମ ପାଖେ ସଦା ବିଦ୍ୟା ଥିବ

କ୍ଷୟ ନାହିଁ ତା'ର ।


ଦୁଇ ସତା ଚଉଦ

ବିଦ୍ୟାକୁ ଆମେ ସାଙ୍ଗ କରିଲେ

ନାଶିବ ଆମ ଖେଦ ।


ଦୁଇ ଅଷ୍ଟା ଷୋହଳ

ପାଖରେ ବିଦ୍ୟା ଆମରି ଥିଲେ

ଆପେ ଆସିବ ବଳ ।


ଦୁଇ ନୁଆ ଅଠର 

ବିଦ୍ୟାକୁ ଜାଣିଲ ବିଦ୍ୟା ସହ

ସାଙ୍ଗ ହୁଅ ଏଥର ।


ଦୁଇ ଦଶା କୋଡିଏ

ସାଙ୍ଗ ହୋଇ ବିଦ୍ୟା ସହିତ

ଭଲରେ ରୁହ ସଭିଏଁ ।


Rate this content
Log in

Similar oriya poem from Children