STORYMIRROR

Arjuni charan Behera

Inspirational

3  

Arjuni charan Behera

Inspirational

ପଙ୍ଗୁ ଲଂଘୟତେ ଗିରି

ପଙ୍ଗୁ ଲଂଘୟତେ ଗିରି

1 min
123


ଜୟ ନୀଳାଚଳ ନାଥ ଅଗତିର ଗତି l

ଜୟ ମାନ ଉଦ୍ଧାରଣ ପ୍ରଭୁ ରମାପତି ll


ଆହେ ପାଣ୍ଡଵ ରକ୍ଷକ କଳାକର ମୁଖ l

ତୁମ୍ଭ ଭକତିରେ ପ୍ରାଣୀ ଲଭେ ସର୍ବସୁଖ ll


ପଦ୍ମ ପଳାଶ ନୟନ ଆହେ ପଦ୍ମମୁଖ l

ମୁଖ ଦରଶନେ ପାପ ନ ରହଇ ପାଖ ll


ନେତ ଉଡ଼ାଇଛ ପ୍ରଭୁ ପତିତପାବନ l

ପତିତ ଜନର ପ୍ରଭୁ ଦୁଃଖ ନିବାରଣ ll


ମୃଗୁଣୀ ପାଞ୍ଚାଳୀ ଡାକ ଆରତରେ ହରି l

ବିପଦରୁ ପାରି କଲ ମୁକୁନ୍ଦ ମୁରାରୀ ll


ଇଚ୍ଛାମୟ ହରି ତୁମେ ଇଚ୍ଛାରେ ବିହର l

ଦୁର୍ବାଦଳ କରିପାର ଦ୍ରୁମ ତରୁ ବର ll


ତୁମ୍ଭ କୃପାବଳେ ପଙ୍ଗୁ ଲଙ୍ଘିଯାଏ ଗିରି l

ତୁମ୍ଭ ବଳେ କପି ଗଲେ ମହାସିନ୍ଧୁ ତରି ll


ମୂକ ହୁଅଇ ବାଚାଳ ତୁମ୍ଭ କୃପା ଲଭି l

କାଳିଦାସ ଶାରଳା ହୋଇଲେ ମହାକବି ll


ଅନ୍ଧର ଲଉଡ଼ି ତୁମେ ଅନ୍ଧାରେ ନୟନ l

ଢକା ବାଜେ ବକାରୀ ହେ ଶ୍ରୀଚକାନୟନ ll 


ମହିମା ବର୍ଣ୍ଣନେ ତୁମ୍ଭ ଅଛି କେ ସମର୍ଥ l

ମାତ୍ର ନାମ ଉଚ୍ଚାରଣେ ଲାଭ ପରମାର୍ଥ ll



Rate this content
Log in

Similar oriya poem from Inspirational