STORYMIRROR

Kalandi pal

Inspirational

3  

Kalandi pal

Inspirational

ରାକ୍ଷୀ ପୁର୍ଣିମା

ରାକ୍ଷୀ ପୁର୍ଣିମା

1 min
267


ରୋହିଣୀ ନକ୍ଷତ୍ର ମକର ଲଗ୍ନରେ

   ଶ୍ରାବଣ ପୁର୍ଣିମା ତିଥି.

ଜନମିଲେ ପ୍ରଭୁ ରୋହିଣୀ କୁମର

   ଗୋପରେ ଜୁଆର ପ୍ରୀତି. l


ଭଗିନୀ ସୁଭଦ୍ରା ନୀଳାଚଳେ ବସି

    ଗୋପ ଲୀଳା ଭାଳି ମନେ.

ବଡ ଭାଇଙ୍କର ଜନ୍ମ ତିଥି ପାଳି

    ବାନ୍ଧି ପବିତ୍ର ବନ୍ଧନେ. l



ନୀଳ ବାଇଗଣୀ ପାଟ ରାକ୍ଷୀ ବାନ୍ଧି

   ବଳଦେବଙ୍କ ହସ୍ତରେ.

ନାଲି ହଳଦିଆ ଜଗା ସଉକିଆ

   ବାନ୍ଧି ହାତେ ଶରଧାରେ. l


ଭାଇ ଭଉଣୀଙ୍କ ପବିତ୍ର ବନ୍ଧନ

   ଜଗତେ ଦିଅନ୍ତି ବାର୍ତ୍ତା.

ଭଉଣୀ ଆପଦ ବିପଦ ବେଳାରେ

   ଭାଇ ହୋନ୍ତି ରକ୍ଷା କର୍ତ୍ତା. l


ସେ ଦିନୁ ବାନ୍ଧନ୍ତି ଭାଇ ହସ୍ତେ ଭଗ୍ନୀ

   ପବିତ୍ର ବନ୍ଧନ ଡୋରି.

ସାହା ହୁଏ ଭାଇ ଭଗିନୀ ବିପଦେ

   ଦୁଃଖ ତ ଯାଏ ପାଶୋରି. l


ପବିତ୍ର ମନରେ ପବିତ୍ର ହୃଦରେ

    ସଜାଡି ଫୁଲ ଚନ୍ଦନ.

ହସ୍ତେ ରାକ୍ଷୀ ବାନ୍ଧି ଆଶୀର୍ବାଦ ନେଇ

    ମନାସେ ଦୀର୍ଘ ଜୀବନ. l

   

   


Rate this content
Log in

Similar oriya poem from Inspirational