STORYMIRROR

Kishore Nayak

Inspirational

3  

Kishore Nayak

Inspirational

ମୋ ଗାଁ'ର ମାଟିର କୋଳେ

ମୋ ଗାଁ'ର ମାଟିର କୋଳେ

1 min
263

ବୈଶାଖ ମାସେ ଟାଣୁଆ ଖରା 

            ଦେହକୁ ଦିଏ ଜାଳି 

ଆମ ଗାଁ'ର ବଣ ବୁଦାରେ 

          ପାଚେ କଣ୍ଟେଇ କୋଳି ll

ଖଣ୍ଡକୁ ଖଣ୍ଡ ବଉଦ ମାଳା 

          ଆକାଶେ ଯାଏ ଭାସି 

ବରଷା କାଳେ ବରଷା ରାଣୀ 

           ବରଷେ ହୋଇ ଖୁସି ll

ଆମ ଗାଁ'ର ନଈ କୂଳରେ 

            ଫୁଟଇ କାଶତଣ୍ଡୀ 

ଶରତ କାଳ ଆସିଣ ଗଲେ 

            ପାଟ ଗହୀର ମଣ୍ଡି ll

ହେମନ୍ତ କାଳେ ଚାଷ କ୍ଷେତରେ 

          ସୋରିଷ ଫୁଲ ଫୁଟେ 

ପରଜାପତି ଉଡଇ ବୁଲି 

          ସୋରିଷ ବିଲ ବାଟେ ll

ଶୀତୁଆ ସଞ୍ଜେ ବଉଦ କୁଞ୍ଜେ 

           କିଏସେ ଦିଏ ଡାକି 

ପରାଣ ମୋର ଉଠଇ ଥରି 

          ଶୀତ ନାନୀକୁ ଦେଖି ll

ଜହ୍ନ ଉଇଁଲେ ନୀଳ ଆକାଶେ 

         ନଦୀରେ ଫୁଟେ କଇଁ 

ରାତି ପାହିଲେ ସକାଳ ହେଲେ 

          ସୂରୁଜ ଆସେ ଉଇଁ ll

ହୋଲି ସାଥିରେ ମନ ହରଷେ 

          ବସନ୍ତ କାଳ ଆସେ 

କୋଇଲି ଡାକେ ତୁହାକୁ ତୁହା 

          ଗଛରୁ ଆମ୍ବ ଖସେ ll

ବାରଟି ମାସ ଛଅଟି ଋତୁ 

        ଗଲାଣି ଏଠି କେତେ 

ମୋ ଗାଁ'ର ମାଟିର କୋଳେ 

          ଧୂଳି ଧୂସର ପଥେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational