STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ପବିତ୍ର ବନ୍ଧନ ରାକ୍ଷୀ ବନ୍ଧନ

ପବିତ୍ର ବନ୍ଧନ ରାକ୍ଷୀ ବନ୍ଧନ

1 min
193

ଶ୍ରାବଣ ମାସରେ ପୂର୍ଣ୍ଣିମାର ଦିନେ

ଶୁଭାରମ୍ଭ ହୁଏ ଏହୁ,

ପବିତ୍ର ସମ୍ପର୍କ ପବିତ୍ର ବନ୍ଧନ

ରାକ୍ଷୀର ପର୍ବ ହିଁ ଏହୁ।୧।


ଭଉଣୀ ବାନ୍ଧେଟି ସମ୍ପର୍କର ଡୋର

ଅତି ଯତ୍ନେ ଭାଇ ହସ୍ତେ,

ସୁରକ୍ଷାର ପାଇଁ କାମନା କରେଟି

ରାକ୍ଷୀ ବାନ୍ଧି ଦିଏ ହସ୍ତେ।୨।


ଭାଇର ବିଜୟ ସବୁ କ୍ଷେତ୍ରେ ହେଉ

ଶକ୍ତିଶାଳୀ ହେଉ ଭବେ,

ବାହୁବଳେ କରୁ ଭଉଣୀର ରକ୍ଷା

ନାମ ଗୁଞ୍ଜୁ ଥାଉ ଭବେ।୩।


ସେହି କାମନାକୁ ଧରିଣ ଭଉଣୀ

ଆନନ୍ଦରେ ବାନ୍ଧେ ରାକ୍ଷୀ,

ସେହୁ ଡୋର ହୁଏ ସୁରକ୍ଷା କବଚ

ଭଉଣୀର ଏହୁ ରାକ୍ଷୀ।୪।


ସବୁ ଆପଦରୁ ଭଉଣୀକୁ ରକ୍ଷା

ଭାଇ କରିବ ହିଁ ନିଶ୍ଚେ,

ବଚନ ଦିଏଟି ଭଉଣୀକୁ ତାର

ସୁରକ୍ଷା କରିବ ନିଶ୍ଚେ।୫।


ସବୁ ଆବଶ୍ୟକ ଭଉଣୀର ନିଶ୍ଚେ

ଭାଇ କରି ଦେବ ପୂର୍ଣ୍ଣ,

ନିଅଣ୍ଟ ନ ହେବ କିଛି ହିଁ ତାହାର

ସବୁ କରି ଦେବ ପୂର୍ଣ୍ଣ।୬।


ମହାଭାରତରେ ଏ ପରି ବନ୍ଧନ

ପ୍ରମାଣିତ ଅଛି ଶାସ୍ତ୍ରେ,

ଶିଶୁପାଳ ବଧେ ରକ୍ତ ଝରୁଥିଲା

କୃଷ୍ଣଙ୍କର ବାମ ହସ୍ତେ।୬।


ରକ୍ତକୁ ଦେଖିଣ ଭଉଣୀ ଦ୍ରୌପଦୀ

ଶାଢୀ ଚିରି ବାନ୍ଧି ଥିଲେ,

ଭଉଣୀର ଭକ୍ତି ଦେଖିଣ ଶ୍ରୀକୃଷ୍ଣ

କଥା ତାଙ୍କୁ ଦେଇ ଥିଲେ।୭।


ସବୁ ଜନ୍ମେ ତର ରକ୍ଷା ମୁଁ କରିବି

ଭାଇର ବଚନ ଏହୁ,

ସବୁ ହିଁ ବୈଭବ ଜୀବନରେ ଦେବି

ସତ୍ୟ ବଚନଟି ଏହୁ।୮।


ବିଜୟ ହୋଇବେ ପାଣ୍ଡବ ନିଶ୍ଚୟ

ମହାରାଣୀ ତୁହି ହେବୁ,

ଭାଇର ବଚନ ବେଦ ଗାର ପରି

ସଦା ମନେ ରଖିଥିବୁ।୯।


ଶ୍ରାବଣ ମାସରେ ପୂର୍ଣ୍ଣିମାର ଦିନେ

ଶୁଭାରମ୍ଭ ହୁଏ ଏହୁ,

ପବିତ୍ର ସମ୍ପର୍କ ପବିତ୍ର ବନ୍ଧନ

ରାକ୍ଷୀର ପର୍ବ ହିଁ ଏହୁ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational