ନମୋ ନମୋ ଶିବ ଶଙ୍କର ନମୋ ନମୋ
ନମୋ ନମୋ ଶିବ ଶଙ୍କର ନମୋ ନମୋ
ନମୋ ନମୋ ନମୋ ନମୋ
ହେ ଶିବ ଶଙ୍କର
ନମୋ ନମୋ ନମୋ ନମୋ
ହେ ପାର୍ବତୀ ବର ।
ନମୋ ହେ ତ୍ରିଶୂଳ ଧାରୀ
ଗଣପତି ପିତା
ନମୋ ନମୋ ହେ ଧୃଜଟି
ହେ ଅଭୟ ଦାତା ।
ସୋମବାର ପ୍ରିୟ ବାର
ଅଟଇ ତୁମ୍ଭର
ଭକତି ଅନ୍ତରେ ଯାଇ
ତୁମ୍ଭରି ମନ୍ଦିର ।
ବେଲପତ୍ର ଧୂପ ଦୀପ
ଗୋରସକୁ ନେଇ
ଅତି ସରଧାରେ ପ୍ରଭୁ
ଶ୍ରୀ ପାଦ ପୁଜଇ ।
ଏତିକି ମାଗୁଣି କରେ
ଶ୍ରୀ ପାଦ ପଦ୍ମରେ
ତୁମ ନାମ ନେଇ ଦିନ
ବିତୁ ମୋ ଶୁଭରେ ।
