STORYMIRROR

Sukadev Mahanta

Abstract Inspirational

3  

Sukadev Mahanta

Abstract Inspirational

✍ପଙ୍ଗପାଳ ପାଇଁ ପଦେ✍

✍ପଙ୍ଗପାଳ ପାଇଁ ପଦେ✍

1 min
179


ପଙ୍ଗପାଳ ସମ ଦିଶ କିଏ ତୁମେ ସାଥି?

ପତ୍ର ଖାଇଲଣ୍ଡା କର ଅଜଣାଅତିଥି !

ବରଷାରେ ଭିଜୁ ଥିଲା ସବୁଜ ପଣତ

ମନ ମୋର ଗାଉଥିଲା ମେଘର ସଙ୍ଗୀତ

ମିଛେମିଛେ ଆସିଥିଲ ବସିବାକୁ ମିତ!

ଖାଇଯାଆନ୍ତ ତମେ ସିନା ସଂସାର କଳୂଷ

ପାପ ପଙ୍କେ ବୁଡି ଅଛି ଆଜିର ମଣିଷ 1

ଯେତେସବୁଛନ୍ତି ଚୋର ଖଣ୍ଟ ଟାଉଟର ନେତା

ମିଛେ ଖାଲି ବାଣ୍ଟୁଛନ୍ତି ଭାତ ଜୋତା ଛତା

ଅବ୍ରାହ୍ମଣ ହୋଇ ଧରି କାନ୍ଧରେ ପଇତା

ଭଣ୍ଡ ପଣଯେତେ ସବୁ ଅନ୍ତରେ ସାଇତା

ବାହୁବଳେ ଗୁଣ୍ଡାଗିରି ପଇସାରେ ନ୍ୟାୟ

ସାଧୁଜନଙ୍କର ଏଠି ନାହିଁ ଅନ୍ୟୋପାୟ

ଯାଦୁଆବିକୁଛି ଯାଦୁର ମଲମ

  ମଦୁଆ ଉଡାଏ ନିଶାନିବାରଣ ବାନା

ଗରିବି ହଟାଅ ବୋଲି ନାରା ଦେଇ

  କରି ଦିଏ ଆନମନା

ଲୋଟାକମ୍ବଳ ସବୁ ଲୁଟି ନିଏ 

କରି କେତେ ସବୁ ବାହାନା

ନୋଟ୍ ଦେଲେ ଏଠି ଭୋଟ ମିଳଇ  

ଦେଖାଇ ଯାଦୁର ଆଇନା1

ଯାଦୁର ଆଇନା ଦେଖାଏ ସଭିଙ୍କୁ

କେତେଯେସୁନାର ମହଲ

ଭୋଟ ସରିଲେ ଯାଦୁ ସରିଯାଏ  

ଥୋକେ ହୋନ୍ତି କଲବଲ

ବିଲ୍ ମିଳିଗଲେ ପୋଲ ଗଳିପଡେ

 ରାସ୍ତାରେ ହୁଅଇ ଫାଟ

କୋଠା ଭାଙ୍ଗିଯାଏ ପିଚୁ ଉଠିଯାଏ

 ଚାଲିଛିଏମନ୍ତ ନାଟ

 ଶିଶୁକୁମିଳେନା ଗୁଣାତ୍ମକ ଶିକ୍ଷା 

ମିଳେ ନାହିଁ ତାକୁ ମାଷ୍ଟର

ରୋଗୀ ମରେ ଏଠି ହୋଇ କଲବଲ

       ଦେଖିବାକୁ ନାହିଁ ଡାକତର

କିସ ହେଲା ଏହି ସଂସାର 

ଦୟା ମାୟା ଏଠୁ ଉଭେଇ ଗଲାଣି 

   ଉଜୁଡି ଗଲାଣି ସଂସାର

ଏବେ ଖାଲି ଅଛି ଦରକାର

ବିଧର୍ମୀ ମାନଙ୍କୁ ଖାଇଯାଅ ତୁମେ 

ଛାଡିଦେଇ ଡାଳ ପତର ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract