STORYMIRROR

Bijaya Panda

Thriller Others

3  

Bijaya Panda

Thriller Others

ପଂଚାଳିର ପଞ୍ଚକ

ପଂଚାଳିର ପଞ୍ଚକ

1 min
322

ପଞ୍ଚକ ପାଳୁଥିଲେ ପଂଚାଳି

ଅତି ଶ୍ରଦ୍ଧାରେ

ସାରା କାର୍ତ୍ତିକ ମାସ

ରହି ନିଷ୍ଠାରେ ।


ନିଜ ପାଇଁ ପୂଣ୍ୟ ଭାବୁଛି କିଏ

ପିଲାମାନେ ସବୁ ଭଲ ମଣିଷ ହୁଅନ୍ତୁ

ଉପାସରେ ଆଜି ପ୍ରଭୁଙ୍କୁ

ପ୍ରାର୍ଥନା କରଇ ସିଏ।


ପାହାନ୍ତାରେ ଉଠି ପଞ୍ଚକ ଦିନ

ତରବରେ ସେ କରଇ ସ୍ନାନ

ଡଙ୍ଗାରେ ସଜାଇ ସେ ଗୁଆ ପାନ

ତୁଠରେ ଭସାଇ ଦେଇଛି ଡଙ୍ଗା

ଭାବିକି ସିଏ ପବିତ୍ର ଗଙ୍ଗା ।


ଚୂଡ଼ା କଦଳୀ ଚକଟି କରିଛି ଭୋଗ

କରିଛି ଗୁହାରି ପ୍ରଭୁ ହେ

ମୋ ପରିବାରକୁ ଦିଅ ଆରୋଗ୍ୟ ।


ବାଣ୍ଟି ଦେଇ ଭୋଗ ନଈ ତୁଠରେ

ବସିଛି ଧ୍ୟାନରେ ଠାକୁର ଘରେ

କହୁଛି ପ୍ରଭୁଙ୍କୁ ଆୟୁଷ ମୋ ନେଇ

ପିଲାଙ୍କ ଆୟୁଷ ଦିଅ ବଢ଼ାଇ

ରଖିଥାଅ ତାଙ୍କୁ ଘଣ୍ଟ ଘୋଡ଼ାଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller