STORYMIRROR

Kulamani Sarangi

Abstract

2  

Kulamani Sarangi

Abstract

ପଲ୍ଲୀ କବିତା(ଉଦୁ ଉଦୁମା)

ପଲ୍ଲୀ କବିତା(ଉଦୁ ଉଦୁମା)

1 min
201

ଉଦୁ ଉଦୁମାକୁ ତାଳ ଗୋଟମା ଲୋ,

ତାଳ ଗଛ ଦିଶୁନାହିଁ,

ଲୁହା ପାହୁରୁଣୀ କେଉଁଠୁ ଆସିବ

ଢ଼ିଙ୍କି ଗଲାଣି ଉଭେଇ


ରୁନୁ ମୁନୁ ଖଇର କାତି ଲୋ

କଥାକୁ ଅଟେ ଲଥା ଟି,

ପାନରେ ଖଇର କିଏ ଖାଉଚି ଲୋ,

ଖଇନି ଯୁଗରେ ଏଠି


ପାନ ଖାଇ ଆଉ ଓଠ ରଙ୍ଗେଇବା

ହେଲାଣି ପୁରୁଣା କଥା,

ଭଳି ଭଳି ଲିପିଷ୍ଟିକି ରଙ୍ଗାଣଙ୍କୁ

ଦେଖି ଘୁରିଯାଏ ମଥା


ରଜା ତ ନାହାନ୍ତି ଡେବିରୀ ହାତୀରେ

କିଏସେ କରିବ ବିଜେ

ଘୋଡା ହାତୀ ଆଉ କି ଲୋଡା ସଙ୍ଗାତ,

ଏକାଳେ କି ତାହା ସାଜେ


ଆମ୍ବଟିଏ ଖାଉଁ କୋଇଲିଟି ପିତା

କଥାରେ ଅଛିଟି ରହି,

ଆମ୍ବ ବଗିଚା ତ ସଫା ହୋଇଲାଣି

ଗାଁ'ରେ ଯୋଜନା ପାଇଁ


ପୋଖରୀରେ ସିନା ପଦୁଅଁ ଫୁଟୁଚି,

ଗାଧୋଉନି ଆଉ ନନୀ,

ଟେକା ପାଣିରେ ତା ସରଧା ବଳୁଚି

ଗନ୍ଧୁଚି ପୋଖରୀ ପାଣି


ନେଳିଆ ବନ୍ଧର ଗୋଳିଆ ପାଣିକୁ

କିଆଁ ଯିବେ ମହା ଦେଈ

ଗୋଦରା କୁଆଡୁ ହବ ତାଙ୍କ ଗୋଡ଼

ବାତ ଜର ଆଉ କାହିଁ


କଡ ଲେଉଟେଇଲାଣି ଆମ ଗାଁ

ନୂଆ ସମୟକୁ ଆସି,

ହଜେଇଚି କେତେ ପାଇଚି ସେ କେତେ

ହିସାବ କରୁଚି ବସି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract