Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna Nutan Kumar Behera

Action Classics Inspirational

3  

Kabiratna Nutan Kumar Behera

Action Classics Inspirational

ପ୍ଲାଟଫର୍ମର ଶେଷ ବେଞ୍ଚ

ପ୍ଲାଟଫର୍ମର ଶେଷ ବେଞ୍ଚ

1 min
124



ଯିବା ଆସିବା କରିବା ପାଇଁ ଟ୍ରେନରେ

ବସି ଅପେକ୍ଷା କରିବାକୁ ହୁଏ ପ୍ଲାଟଫର୍ମରେ

ନିର୍ଦ୍ଧାରିତ ସମୟକୁ ବାରମ୍ବାର ଘଡ଼ି ଦେଖି

ବ୍ୟସ୍ତ ବିବ୍ରତ ହୁଏ ଯାତ୍ରୀ ଧରି ତାର ଲଗେଜ

ବିଳମ୍ବ ହେଲେ ଟ୍ରେନ କରୁଥାଏ ବିରକ୍ତି ପ୍ରକାଶ

ଆସେ ଯିଏ ଆଗେ ବସିଥାଏ ଆଗ ବେଞ୍ଚରେ

ଦୃଷ୍ଟି କେହି ଦିଅନ୍ତି ନାହିଁ ଶେଷ ବେଞ୍ଚକୁ

ଆଗରେ ବସିବା ଆଗକୁ ବଢ଼ିବା ତ

ପ୍ରତିଟି ମଣିଷର ଏକ ବିଶେଷ ଗୁଣ ପ୍ରବୃତ୍ତି

ଆଗରେ ନଥିଲେ ଫାଙ୍କା ବସିବାକୁ ଆରାମରେ 

ଯିବାକୁ ହୁଏ ପଛ ବେଞ୍ଚକୁ ବାଧ୍ୟତାମୂଳକ

ପଛ ବେଞ୍ଚରେ ଥାଏ ଏକ ନିଆରା ଆନନ୍ଦ

ଭିଡ଼ ଭିତର ଆଳାପ ଶବ୍ଦ ଦିଏନା ବାଧା

ନିରୋଳାରେ ବସିହୁଏ ଶାନ୍ତିରେ ଏକା ଏକା

ଅନେକେ ବରଂ ଠିଆ ହୁଅନ୍ତି ଦୀର୍ଘ ସମୟ

ଅବା ବୁଲି ବୁଲନ୍ତି ଏଣେ ତେଣେ ଏମିତିରେ

ଆସି ବସନ୍ତି ନାହିଁ ପ୍ଲାଟଫର୍ମର ପଛ ବେଞ୍ଚରେ

ଭାବନ୍ତି ପଛରେ ବସିଲେ ହେବ ସମ୍ମାନ ହାନୀ

ଏ କାରଣରୁ ଅଧିକାଂଶ ସମୟ ପଛ ବେଞ୍ଚ

ପ୍ରାୟତଃ ପଡ଼ିଥାଏ ଖାଲି ବସନ୍ତି ନାହିଁ ଯାତ୍ରୀ

ଅଳ୍ପ କିଛି ସମୟର ବ୍ୟବଧାନ କରୁ ତ ଅପେକ୍ଷା

ସ୍ଥିର ମନରେ ବିଚାର କରି ବସିବା ଉଚିତ

ସଭ୍ୟ ଶିକ୍ଷିତ ମାନବ ସମାଜ ଏକ ପ୍ଲାଟଫର୍ମ 

ଯେଉଁଠି ସେ ନିଜ ପ୍ରତିଭା କରି ବିକାଶ

ରହିଥାଏ ଜୀବନ ଧାରଣ କରି ପରିବାର ସହ

ଦୁଃସ୍ଥ ଗରିବ ଅସହାୟ ଯେତେ ଜନସାଧାରଣ

ଥାନ୍ତି ସବୁ ସମାଜ ପ୍ଲାଟଫର୍ମର ଶେଷ ବେଞ୍ଚରେ

ତାଙ୍କ ପ୍ରତି ପଡ଼େନାହିଁ ଅନେକଙ୍କର ଧ୍ୟାନ

ଆଗକୁ ଯିବାର ଲକ୍ଷ୍ୟରେ ଭୁଲି ଯାଆନ୍ତି ପଛ

ପଛରୁ ହିଁ ଆଗକୁ ଦେଖିବାର ରଖିଲେ ପ୍ରୟାସ

ହୋଇଥାଏ ବ୍ୟକ୍ତି ବିଶେଷଙ୍କର ବିକାଶ

ଏ ସବୁ ବୁଝାଇ ଦିଏ ପ୍ଲାଟଫର୍ମର ପଛ ବେଞ୍ଚ।

     


Rate this content
Log in

Similar oriya poem from Action