STORYMIRROR

Arundhati Senapati

Abstract

3  

Arundhati Senapati

Abstract

ପ୍ଲାଷ୍ଟିକ ଓ ପ୍ରଦୂଷଣର ସାମ୍ରାଜ୍ୟ

ପ୍ଲାଷ୍ଟିକ ଓ ପ୍ରଦୂଷଣର ସାମ୍ରାଜ୍ୟ

1 min
12K

ହେ ନିୟନ୍ତା

ତୁମେ ଯଦି ଜାଣିଥା'ନ୍ତ

ତୁମ ସୃଷ୍ଟ ମାନବ

ଧରାପୃଷ୍ଠକୁ କରିବ ଖିନ୍ ଭିନ୍

ତେବେ କ'ଣ ତୁମେ ସୃଷ୍ଟି କରିଥା'ନ୍ତ ଏ ମଣିଷ ସମାଜ


ବିକାଶ ପଥରେ ଯାଉ ଯାଉ

ମଣିଷ ବିଶ୍ବକୁ ବିନାଶର କରାଳ ମୁଖରେ

ନେଇ ସ୍ବୟଂ ଉପଗତ।



ପ୍ଲାଷ୍ଟିକର ସାମ୍ରାଜ୍ୟ ଉପରେ ଛିଡା ହୋଇ

ପ୍ରଦୂଷଣର କାରଣ ସାଜି ଚାଲିଥିବା ରେ ମଣିଷ

ସ୍ରଷ୍ଟାକୁ ଫେରେଇ ପାରିବ କି ତା' ସ୍ବୀୟ ସୃଷ୍ଟିକୁ

ସମୟ ଏବେ ବି ଆଗତ

ନିଜ କୁ-ପ୍ରବୃତ୍ତିକୁ ତ୍ୟାଗ କରି

ସୁନ୍ଦର ସୃଷ୍ଟିର ପୁନଃ ନିର୍ମାଣ କରିବାକୁ

ବଦ୍ଧ ପରିକର ହେବାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract