Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PURNA CHANDRA PANDA Purna

Action Classics Others

4  

PURNA CHANDRA PANDA Purna

Action Classics Others

ପଖାଳ

ପଖାଳ

1 min
301


ଗ୍ରୀଷମ ଆଗମେ ମହୀ ତାପ ତୀବ୍ର

ଧରାବୁକୁ ଝଞ୍ଜା ମୟ

ଚଷl ଭାଇ ଖରlଟିଆ ଚାଷ ପାଇଁ

କାମରେ ଲଗାଏ ଲୟ l


ଦେହେ ତାର ବଳ ହେବାକୁ ପ୍ରବଳ

ପଖାଳ କଂସା ତା'ସାଥି

କେଉଁ ଆଦିମ କାଳରୁ ଏହି ପ୍ରଥl

କିବା ଦିନ ଆଉ ରାତି l


ପଖାଳ ସହିତ କାଳିଆ ସମ୍ପର୍କ

ଟଙ୍କ ତୋରାଣି ନାମରେ

ଥରେ ଅlସ୍ୱାଦିଲେ ପୁନଃ ଇଚ୍ଛା ହୁଏ

ଭକ୍ତ ମନ ଯାହା ଝୁରେ l


ପଖାଳ ସହିତ ଦହି ଯୋଗ କରି

କଞ୍ଚାଲଙ୍କା ବଡ଼ି ଭଜା

କାକୁଡିଟେ ହେଲେ କଥାତ ସରିଲା

ଟିକେ ଥାଉ ଶାଗ ଭଜା l


ମାଆ ହାତ ରନ୍ଧା ବାସି ପଖାଳ ଯେ

ମହ ମହ ବlସୁଥାଏ

ମାଟି ହାଣ୍ଡି ଭାତ ସୁଆଦ ବହୁତ

ହିଡ଼ ମୁଣ୍ଡେ ଚଷା ଖାଏ l


ଗରିବର ବଳ ପଖାଳ ଭାଇରେ

ବେଶୀ ଖର୍ଚ୍ଚ ହୁଏ ନାହିଁ

ଖଟିଖିଆ ମଜୁରିଆ ଜୀବନକୁ

ପଖାଳ ଥାଏ ଜଡ଼ାଇ l


ଆଳୁ ପୋଡ଼ା ସାଥେ ରସୁଣ ପାଖୁଡେ

ଟିକେ ଅଳ୍ପଧିକ ଲୁଣ

ଖାଇଦେଲେ ଭାଇ ପେଟ ପୂରିଯାଏ

ତୋଡ଼ାଣି ଟିକିଏ ଅlଣ l


ସେକାଳ ପଖାଳ ଆଉ ନାହିଁ ଭାଇ

ବିରିୟାନୀ ଏବେ ଭରା

ଯେତେ ବିରିୟାନୀ ଖାଉଥାରେ ପୁଅ

ରୋଗ ଖାଲି ପେଟ ସାରା l


ନିରୋଗ ଖାଦ୍ୟଟେ ପଖାଳ ଅଟଇ

ବଇଦର ମତ ଅଛି

ଏବେ ପଶ୍ଚିମରେ ପାଖଳ ଖୋଜନ୍ତି

କି ମହତ ତାରେ ବାଛି l


Rate this content
Log in

Similar oriya poem from Action