ପଖାଳ ପ୍ରେମୀ
ପଖାଳ ପ୍ରେମୀ
ପଖାଳ ଖାଇବାକୁ ମନ ସଜନୀ ମୋର
ପଖାଳ କଂସାରେ , ସବୁ ସୁଖ ମିଳେ
ଲୋଡ଼ା ଟିକେ ଖାଲି ପଖାଳ ମୋର ।
ଓଡ଼ିଆ ଘରେ ହୁଏ ପଖାଳ
ରାତି ହେଉ ଅବା ହେଉ ସକାଳ
ପଖାଳ ଖାଇବା ଦୁଃଖ ଭୁଲିଯିବା
ପଖାଳରେ ମନ ସଦା ରଖିଥିବା
ନ ଥାଉ ପଛକେ ଶାଗ ବେସର,
ଲୋଡ଼ା ଟିକେ ଖାଲି ପଖାଳ ମୋର ।
ପଖାଳ ଖାଇଲେ ଶ୍ରମ ଚାଲିଯାଏ
ଶାନ୍ତିର ନିଦ ନେତ୍ରେ ଭରିଯାଏ
ଦେହ ମନ କୁ କରେ ଶୀତଳ
ଗରିବ ଠୁ ଧନି ଖୋଜେ ପଖାଳ
ନ ଥାଉ ପଛକେ ବଡ଼ କୋଠାଘର
ଲୋଡ଼ା ଖାଲି ଟିକେ ପଖାଳ ମୋର।
