STORYMIRROR

Kalandi pal

Inspirational

4  

Kalandi pal

Inspirational

ପକା ଗୁଣିଆ

ପକା ଗୁଣିଆ

1 min
170


ଗୁଣିଆ ଗୋଟିଏ ପକା ଗୁଣିଆ ସେ

    ଶ୍ରୀ କ୍ଷେତ୍ର ମଉଡମଣୀ

ଚାହିଁଦେଲେ ଥରେ ତା ଗୁଣି ଫାନ୍ଦରେ

    ବାନ୍ଧି ନିଏ ମନ ଜାଣି

କେହି, ଜାଣନ୍ତିନି ତାର ଗୁଣି l0l


କେଉଁ ମନ୍ତରରେ ବାନ୍ଧି ଥିଲା ସିଏ

    ଗୋପେ ଗୋପ ଗୋପାଳୁଣୀ

ସେଇ ମନ୍ତ୍ର ଯିଏ ପାଇଛି ଥରଟେ

    ହୋଇଯାଏ ପାଗଳିନି

ତୋର କିମିଆରେ ପାଗଳିନି ହେଲେ

    ମୀରା ବାଇ ରାଧା ରାଣୀ l1l


କିମିଆଁ କରିଲା ଗୋ ବତ୍ସା ଗୋଠରେ

    ପାଗଳ ବଇଁଶୀ ଶୁଣି

କାଉଁରୀ ଜାଲରେ ବାନ୍ଧି ନେଇଥିଲା

     କେତେ ଯକ୍ଷ ଅସୁରୁଣୀ

କୁହୁକ କରିସେ ଟେକି ଧରି ଥିଲେ

    ଗିରି ଗୋବର୍ଦ୍ଦନ ପୁଣି l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational