STORYMIRROR

Sambit Srikumar

Classics Inspirational Others

4  

Sambit Srikumar

Classics Inspirational Others

ପିତୃତ୍ୱ

ପିତୃତ୍ୱ

1 min
178


ଯଦିଚ ପିତୃ ପରିଚୟ ବିନା ମାତୃତ୍ୱ ଅଟେ ବିଡ଼ମ୍ବନାର କାରଣ

ତଥାପି ପିତୃତ୍ୱ, ମାତୃତ୍ୱର ତୁଳନାରେ କାହିଁ ନୁହେଁ ମହନୀୟ?

ସଭିଏଁ ତ ମାତୃତ୍ୱର ଗୁଣଗାନ ଲାଗି ବିଶେଷ ବିଭୋର ମୁଖର

ପିତା ପାଇଁ ଏ ସମାଜ କିମ୍ପା କରେ ହେଳା ଘୋର ଅବିଚାର??

ଶିଶୁଟି ତ ଲଭଇ ଆପଣା ପିତାର ସର୍ବସ୍ବ ଉତ୍ତରାଧିକାରୀ ସୂତ୍ରରେ

ପିତାର ନାମ ଗୁଣ ଗ୍ରାମ ଧନ ସମ୍ପତ୍ତି ଐଶ୍ଵର୍ଯ୍ୟ ସବୁରେ ଭାଗୁଆଳ

ପିତାର ଶୀତଳ ଛତ୍ରଛାୟା ବିନା ଶିଶୁଟିକୁ ସବୁ କିଛି ଲାଗଇ ଅସାର

ପିତା ହିଁ ପରିବାରର ମେରୁଦଣ୍ଡ ଆକାଶ ଠୁଁ ବି ଉଚ୍ଚ ତାଙ୍କ କଳେବର!!

ମାତା ସିନା କରିଥାଏ ଗର୍ଭେ ସୀମିତ ଅବଧିରେ ଶିଶୁକୁ ଧାରଣ

ପିତା ତ ସଦାସର୍ବଦା ଆପଣା ମନ ପ୍ରାଣ ମସ୍ତିଷ୍କେ କରଇ ବହନ

ମାତା ପରି ପିତା ମଧ୍ୟ କରିଥାଏ ଆପଣା ଶିଶୁର ଲାଳନପାଳନ

ସାଜିଥାଏ ସୁରକ୍ଷାର ଅଭେଦ୍ୟ ଅଜେୟ ଦୁର୍ଗ ଚିରଦିନ ଚିରନ୍ତନ!!

ସଭିଏଁ ତ କରିଥାନ୍ତି ମାତାର ଗୁଣଗାନ ପିତା ପାଇଁ ନିଶ୍ଚୁପ ମୌନ

ସତେ କି ଶିଶୁଟିଏ ପାଇଁ ପିତାର ତ୍ଯାଗ ତିତିକ୍ଷା ଅବଦାନ ନଗଣ୍ଯ??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics