STORYMIRROR

rasmi maye pati

Inspirational

4  

rasmi maye pati

Inspirational

ପିତୃ ହୃଦୟକୁ କୃତଜ୍ଞତା

ପିତୃ ହୃଦୟକୁ କୃତଜ୍ଞତା

1 min
245

ଲମ୍ବା ରାସ୍ତାର ଯେ ପଥ ପ୍ରଦର୍ଶକ

  ଦେଲା ପରିଚୟ ତାହାର ସନ୍ତକ

ଦାଶ ବାବୁଙ୍କର ସାନ ଝିଅ ସେତ

ସେ ପରିଚୟରେ ହେଲା ଅଧା ପଥ।।।

ହୁଏ ଯଦି କେହି ବିଶାଳ ଆକାଶ

 ତା ବକ୍ଷେ ଖେଳନ୍ତି ବିହଙ୍ଗ ଶାବକ

ସେ ବିଶାଳ ବକ୍ଷ ଅଟଇ ଜନକ

 ତାହାରି ବକ୍ଷରେ ସବୁ ସୂତା ପୁତ।।।

ପ୍ରଚଣ୍ଡ ନିଦାଘେ କିଏ ଯଦି ହୁଏ

  ମଥା ପରେ ଜଳ ଛତ୍ର ଟେକି ଦିଏ

ସେ ବିଶାଳ ହାତ ବାପା ହୋଇଥାଏ

 ଆଶ୍ରୟର ହାତ ସଦା ଦେଇ ଥାଏ।।।।

ଏକ ତୃତୀୟାଂଶ ଏଇ ଜୀବନର

 କଟିଗଲା ସେଇ ଛାଇରେ ଆଶ୍ରାର

ତଥାପି ଲିଭିନି ପରିଚୟ ସିଏ

  ବୋହିଚି ମୁଣ୍ଡରେ ଶେଷ ରାସ୍ତା ଯାଏଁ।।

କିଏ କହେ ବାପା କାନ୍ଦେ ନାହିଁ ବୋଲି

 ଧୈର୍ଯ୍ୟରେ ଯା ହୃଦ ପର୍ବତ ଠୁ ଭାରି

ସବୁ ବେଦନାକୁ ଆକଣ୍ଠ ସେ ଗ୍ରାସି

 ଲୁହ ତାର କେହି ନ ପାରନ୍ତି ଦେଖି।।

ଜ୍ଞାନୀ ଗୁଣୀ ଜନେ ବଚନ କହନ୍ତି

 ବାପା ଥିଲା ପିଲା କେବେ ନ ହାରନ୍ତି

 ଆଜି ମୁଁ ବୁଝୁଛି ତାହାର ମହତ୍ତ୍ଵ

  ତାହାକୁ କରିଚି ଜୀବନର ବ୍ରତ।।

ପରିବାର ଯଦି ହୁଏ ଏକ ଘର।

 କେହି ଯଦି ହୁଏ ଛାତଟି ତାହାର

ସେହି ଏକା ଥାଏ ପିଠି ବାପାଙ୍କର

 ସହି ଖରା ବର୍ଷା ଶୀତ ଓ କାକର ।।।

ପରିବାରର ସେ ଏକା ମେରୁଦଣ୍ଡ

 ଆମେ ସବୁ ତାଙ୍କ ଅଙ୍ଗ ଓ ପ୍ରତ୍ୟଙ୍ଗ

ତାଙ୍କ ଆଶିଷରେ ଜୀବନ ନଈରେ

 ଆସିଲୁ ପହଁରି ବିନା ଯାତନାରେ।।।

କେତେ ପୁରାଣ ଓ ଜ୍ଞାନର ଆଲୋକ

 ଶିଖିଚି ଯାହାଠୁ ଜୀବନର ଅର୍ଥ

ମୋ ମଥା ଉପରେ ଯାର ଆଶୀର୍ବାଦ

ଯାର ଲାଗି ମୋର ପଥ କୁସୁମିତ।।।

ସଂସାରର ସେଇ ଜୀବନ୍ତ ଇଶ୍ଵର

 ତାଙ୍କ ପଦେ ମୋର କୋଟି ନମସ୍କାର

ଆଶୀର୍ବାଦ ହାତ ଟେକି ଥାଅ ସଦା

 ବିନା ବାଧା ବିଘ୍ନେ କରିବି ମୁଁ ଯାତ୍ରା।।

ବଞ୍ଚି ଥିବା ଯାଏଁ ସଂକଳ୍ପ ଗୋଟିଏ

 କରିବା ସନ୍ତାନ ଆମେରେ ସଭିଏଁ

ପିତୃ ମାତୃ ହୃଦେ ଦବା ନାହିଁ କଷ୍ଟ

 ରଖିବା ତାଙ୍କର ମାନ ଓ ମହତ୍ତ୍ଵ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational