STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ପିତୃ ଦିବସ

ପିତୃ ଦିବସ

1 min
244


ଆଜି ରବିବାର ପବିତ୍ର ଦିନଟି


ପିତୃ ଦିବସଟି ମୋର,


କି ଦେଇ ପୂଜିବି ତାଙ୍କରି ଚରଣ


ପିତା ହିଁ ସର୍ବୋଶ ମୋର।୧।


ଭକ୍ତି ଚିତେ ତାଙ୍କ ଚରଣ ପୂଜିବି


ଚରଣ ଧୋଇବି ତାଙ୍କ


ପୂଜାର ନୈବେଦ୍ୟେ ପୂଜନ କରିବି


ଭକ୍ତିପୂର୍ଣ୍ଣ ଚିତେ ତାଙ୍କ।୨।


ସେହୁ ଗୁରୁ ମୋର ଜୀବନ ଯାତ୍ରାରେ


ଜୀବନେ ଆଧାର ସେହୁ,


ଜୀବନରେ ସେହୁ ସର୍ବୋପରି ମୋର


ଜ୍ଞାନ ପଥ ମୋର ସେହୁ।୩।


କର୍ମପଥ ମୋର ତାଙ୍କ ଅନୁଦାନ


ଶ୍ରେଷ୍ଠ ଶିକ୍ଷା ଗୁରୁ ସେହୁ,


ସତ୍ୟପଥ ମୋର ତାଙ୍କରି ହିଁ ଦେନ


ବାଲ୍ୟ ଗୁରୁ ମୋର ସେହୁ।୪।


ଧର୍ମ ପଥ ମାର୍ଗ ତାଙ୍କରି ହିଁ ଶିକ୍ଷା


କର୍ତ୍ତବ୍ୟେ ଜଡ଼ିତ ମନ,


ଜନକଲ୍ୟାଣର ଶିକ୍ଷା ଦେଉ ଥାନ୍ତି


ଜନକଲ୍ୟାଣରେ ମନ।୫।


ଯାହା କିଛି ମୁହିଁ ସବୁ ହିଁ ତାଙ୍କରି


ସୁଝି କି ପାରିବି ମୁହିଁ,


ଭକ୍ତି ଚିତେ ସଦା ସେବା ହିଁ କରିବି


ହେଳା ନ କରିବି ମୁହିଁ।୬।


ପରମ କର୍ତ୍ତବ୍ୟ ପିତୃ ସେବା ଅଟେ


ନିଅଁଟ ନ ରହୁ କେବେ,


ତାଙ୍କ ଆବଶ୍ୟକ ପୂରଣ ନିମନ୍ତେ


ବିମୁଖ ନ ହେବି କେବେ।୭।


ଶକ୍ତି ଦିଅ ପ୍ରଭୁ ଜୀବନେ ହିଁ ମୋର


ଜୀବନେ କର୍ତ୍ତବ୍ୟ ରହୁ,


ପିତୃ ସେବା ହେଉ ଜୀବନେ ଦର୍ପଣ


ପ୍ରେମ ଭକ୍ତି ଶ୍ରଦ୍ଧା ରହୁ।୮।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି


ସମସ୍ତ ପିତାଙ୍କୁ ମୋର,


ସୁଖ ଶାନ୍ତି ପୂର୍ଣ୍ଣ ଜୀବନ ତାଙ୍କର


ଖୁସି ମିଳୁ ନିରନ୍ତର।୯।


ଆଜି ରବିବାର ପବିତ୍ର ଦିନଟି


ପିତୃ ଦିବସଟି ମୋର,


କି ଦେଇ ପୂଜିବି ତାଙ୍କରି ଚରଣ


ପିତା ହିଁ ସର୍ବୋଶ ମୋର।୧୦।


Rate this content
Log in

Similar oriya poem from Inspirational