STORYMIRROR

Krishna Mishra

Tragedy

3  

Krishna Mishra

Tragedy

ପିତାଟିଏ

ପିତାଟିଏ

1 min
245


ସବୁଦିନ ପରି ଆଜି ବି 

  ଦୂର ଗଗନ ତଳେ ସୂର୍ଯ୍ୟ ଉଇଁଛି , 

  ମୋ ଘରର ଝରକା ଦେଇ 

  ନାଲିଆ କିରଣ ........

  ସତେରେ କି ଯନ୍ତ୍ରଣା !

           

ଯନ୍ତ୍ରଣାର ଶରାଘାତରେ 

 ମନ ମୋ କ୍ଷତ ବିକ୍ଷତ!


 ଘରେ  ମୋ ଅକ୍ଷମ ପିତା 

 ବୃଦ୍ଧା ମାତା 

 ପତ୍ନୀ  ରୋଗୀଣା 

 କୋମଳମତି  କନ୍ୟା ।


 ଢଣ୍ ଢଣ୍ ଢଣ୍ ......

 ଆଠ ଥର କାନ୍ଥ ଘଣ୍ଟା ବାଜିଲା,

 ମନେ ପଡିଲା 

 ଟିଫିନର ସେ ପୋଡା ରୁଟି,

 ବସରେ ପହଂଚିବାକୁ ଡ୍ଯୁଟି,

 ଫାଇଲ୍ ସମୁଦ୍ରରେ ବୁଡିଯିବା,

 ସାର୍ ଙ୍କ ଡାକରେ

ଅଣ ନିଃଶ୍ବାସ ହେବା।


 ନିଜକୁ ପ୍ରସ୍ତୁତ କଲି 

 ଆଇନା ଦେଖିଲି 

 ରୂପ ଦରବୁଢା 

 ସ୍ବଳ୍ପ କେଶ ମଥା

 ଆଖିତଳେ ଧରିବ ଚାଉଳ ପୋଷେ,

 ଅନ୍ତର ମୋ ଚିତ୍କାରିଲା ରୋଶେ ।


ଦୋଷ ମୋ କେଉଁଠି ମୁଁ ଜାଣେ- 

 ଦେଶ, ସମାଜ, ଆଦର୍ଶ କୁ ବଡ ମାନେ! 


ହଠାତ୍! 

ଚେତା ପାଇଲି, 

ପଛକୁ ବୁଲି ଚାହିଁଲି, 

କୁନି ଝିଅ ଆଉ ପତ୍ନୀ ଠିଆ ମୋ ପଛରେ ......

ଚିନ୍ତା କରନା !  

ଆମେ ଯେ ତୁମ ସାଥୀରେ ।

ବାପା !

ଫ୍ରକ ମୋ ଚିରି ଯାଇଛି, 

ସିଲଟ ବିନା ମୁଁ ଚଟାଣରେ ଲେଖୁଛି, 

ମନେ ମୋ ଦୁଃଖ ନାହିଁ, ଗେହ୍ଲ ଟିକିଏ ମାଗୁଛି ।


ଶୁଣି ତା କଥାକୁ, ଖୋଜିଲି ନିଜକୁ ! 

ସମାଜ, ଦେଶ ଆଉ ଆଦର୍ଶର ବୋଝ ତଳେ 

କବର ପାଇଥିବା ଏ ମନକୁ !

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy