STORYMIRROR

Alok Ranjan DASH

Tragedy Inspirational

3  

Alok Ranjan DASH

Tragedy Inspirational

ପିତାଙ୍କ କଥା

ପିତାଙ୍କ କଥା

1 min
295

ପିତା ଙ୍କ କଥା ଅନେକ ବେଳେ

ଲାଗଇ ସିନା ପିତା,

ଆମରି ହିତ ପାଇଁକି ସିଏ

କହନ୍ତି କଡା କଥା ।


ପିତା ଙ୍କ ଚିନ୍ତା ପରିବାର ମୁହେଁ

କେମିତି ଦେବି ଦାନା,

ମା କାନ୍ଦିଦିଏ ଦୁଃଖ ପଡ଼ିଲେ

ପିତାଙ୍କୁ କାନ୍ଦିବା ମନା ।


ମନରେ ରଖି ଅସୀମ ବ୍ୟଥା

ଓଠରେ ଥାଏ ହସ,

ଦୁଃଖ ଗରଳ ପାନ କରି ସେ

ଦିଅନ୍ତି ସୁଧା ରସ ।


ଉପରେ ଉପରେ କଠୋର ସିଏ

ହୃଦୟ ଟା କୋମଳ,

ତାଙ୍କ ସ୍ଵଭାବ ଶାନ୍ତ ସୁନ୍ଦର

ଯେମିତି ନାରିକେଲ ।


ଯିଏ ବି ଯେତେ କଲେ ଉନ୍ନତି

ପିତାଙ୍କୁ ନ ପାସୋର,

ସେହି ପିତାଙ୍କ ସ୍କନ୍ଦେ ଠିଆ

ହୋଇଛି ଅତୀତ ତୋର ।


ପିତାଙ୍କ ତ୍ୟାଗ କଳନା ନାହିଁ ତା

ତାହା ଯେ ଅମୂଲ ମୂଲ,

ହୋଇବୁ ଯେବେ ପିତା ନିଜେ ତୁ

ସେ କଥା ବୁଝିବୁ ଭଲ ।


Rate this content
Log in

Similar oriya poem from Tragedy