ପିତା
ପିତା
ପିତା, ପାଟି କୁ ଅରୁଚି ହେଲେ ବି
ଦେହ ପାଇଁ ହୁଏ ହିତା,
ପିତା( ବାପା)ଙ୍କ ଶାସନ କଷ୍ଟ ଦେଲେ ବି
କରେ ଆମକୁ ଜଗତ ଜୀତା..!!
ବନ୍ଧୁର ପଥରେ ଯେତେ ଯେତେ ବାଧା ବିଘ୍ନ ଆସିଥାଏ ଜୀବନରେ,
ପାହାଡ଼ ପରି ସେ ସୁରକ୍ଷା ଦିଅନ୍ତି
ଆଉଜେଇ ତାଙ୍କ ଛାତିରେ..!!
ନୀରବରେ ସବୁ କରି ଚାଲନ୍ତି ଆମର ସୁବିଧା ପାଇଁ,
ମାଆ ପାଇଁ ସବୁ ଲେଖା ଚାଲିଛି ପିତା ପାଇଁ କିଛି ନାହିଁ..!!
ତଥାପି ମନରେ କିଛି ନ ଭାବି ମୁରୁକି ହସି ଦିଅନ୍ତି,
ଭବିଷ୍ୟତ ପାଇଁ କେତେ ଭଲ କାମ
ଆମ ପାଇଁ ଚିନ୍ତନ୍ତି..!!
ଜୀବନ୍ତ ଠାକୁର ଆମ ପାଇଁ ସେ ସରଗ ଠାରୁ ବି ମହାନ୍,
ତାଙ୍କ ସ୍ନେହ ପ୍ରେମର ପଟାନ୍ତର ନାହିଁ
ସେ ସଭିଙ୍କ ଠାରୁ ଗରୀୟାନ୍..!!
