STORYMIRROR

Sangeeta Barik

Inspirational

3  

Sangeeta Barik

Inspirational

ପିତା

ପିତା

1 min
338

      

ରକ୍ତ ମାଂସ ଗଢା ଏ ମୋର ଶରୀର

   ଅଟେ ପିତାଙ୍କର ଦାନ,

କେ ବର୍ଣ୍ଣି ପାରିବ ତାଙ୍କ ରଚନାକୁ

   ବ୍ୟାଖ୍ୟା ତ ସମୁଦ୍ର ସମ ।

କେଉଁ ଶବ୍ଦେ ମୁହିଁ ଆରମ୍ଭ କରିବି

   କେଉଁ ପୄଷ୍ଠା ହେବ ଶେଷ,

ଥଳକୁଳ ଜମା ମିଳୁନାହିଁ ମୋତେ

   ଅସରନ୍ତି ଭାଷାକୋଷ ।

ମୋ ପ୍ରଥମ ଚାଲି ହସ ଖିଲିଖିଲି

   ଥିଲେ ସେ ସବୁଠି ସାଥୀ,

ମୋର ଜୀବନକୁ ସଜାଡିବା ପାଇଁ

   ଏକ କଲେ ଦିନ ରାତି ।

ଭାଷାହୀନ ମୁଖ ପଢିଦେଇ ମୋର

   କରିଥାନ୍ତି ସବୁ ପୂର୍ଣ୍ଣ,

ସଦା କହୁଥାନ୍ତି ମୁହିଁ ତାଙ୍କ ସୁଖ

    ମୋତେ ପାଇ ସିଏ ଧନ୍ୟ ।

ଗଭୀରେ ଶୁଣନ୍ତି ସୁଚାଇ ଦିଅନ୍ତି

    କିଏ ଭଲ କିଏ ମନ୍ଦ,

ହାଲୁକା କରନ୍ତି ଭାରାକ୍ରାନ୍ତ ମନ

    ତୁଟାଇ ଦିଅନ୍ତି ଦ୍ଵନ୍ଦ୍ଵ।

ଶିକ୍ଷା ଦୀକ୍ଷା ଠାରୁ ଜୀବନ ଜୀଇଁବା

    ସିଏ ମୋ ପ୍ରେରଣା ଘର,

ଛାତି ତାଙ୍କ ହସ୍ତ ଯେବେ ଚାଲେ ପଥ

    ଲାଗେ ସବୁ ଅନ୍ଧକାର ।

ତାଙ୍କ ହସ୍ତ ମୋର ଶିର ପରେ ଅଛି

   ପରମ ସୁଖ ମୋ ସେହି,

ମୋର ଜୀବନର ଆଦର୍ଶ ନାୟକ

    ଦେଇଛନ୍ତି ମୋତେ ବିହି ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational