STORYMIRROR

DR SAMIR KUMAR NANDA

Inspirational

4  

DR SAMIR KUMAR NANDA

Inspirational

ପିତା

ପିତା

1 min
335


ଜୀବନ, ସମ୍ବଳ, ବ୍ୟକ୍ତିତ୍ୱର ଅଟେ ଏକ ପରିଚୟ,

ସୃଷ୍ଟି ନିର୍ମାଣର ଅଭିବ୍ୟକ୍ତି ପିତା ଅଟନ୍ତି ନିଶ୍ଚୟ ।

           କୁନିପାଦେ ଚାଲୁଥିବା ଶିଶୁ ପାଇଁ ପିତାହିଁ ସାହାରା

           କେତେବେଳେ ମିଠା ପୁଣି କେତେବେଳେ ଖାରା ।

ପାଳନ ପୋଷଣ ସଙ୍ଗେ ପରିବାର ଅନୁଶାସନ

ପିତା ସ୍ୱର୍ଗ ପିତା ଦେବ ପିତା ପ୍ରେମର ପ୍ରଶାସନ ।

             ପିତା ଅନ୍ନ ପିତା ବସ୍ତ୍ର ପିତା ଅମର ଭୂବନ

             ପିତା କୁନି ଚଢେଇର ନୀଳ ନୀଳ ଗଗନ ।

ପିତା ସନ୍ତାନର କେତେ ରଙ୍ଗୀନଭରା ସପନ

ପିତା ପାଶେଥିଲେ ଅଟଇ ସବୁ ସ୍ୱର୍ଗ ସମାନ ।

         ଉତାଳ ତରଙ୍ଗ ଭରେ ପିତା ଥିଲେ ସାଥିରେ

         ପିତା ଥିଲେ ଝଲସେ ସିନ୍ଦୁର ମାଆ ର ମଥାରେ ।

ଇଛାର ଆନନ୍ଦ ପୁଣି ପିତା ପରିବାର ପୂର୍ଣ୍ଣତା

ରକ୍ତମାଂସ ଦେହଧାରୀ ପିତା ମର୍ତ୍ୟ ଦେବତା ।

           ସୁରକ୍ଷାର ଢାଲ ଆଉ ମଥାପରେ ଆଶିଷ

           ପିତା ବିନେ ଶୈଶବ ହୋଇଯାଏ ଅନାଥ ।

ମାତା ପିତା ବିନା ମହା ଶୂନ୍ୟ ଅଟେ ଜୀବନ

ଯେତେ ଡାକ ଦେଲେ ନ ମିଳନ୍ତି ଭଗବାନ ।

             ମରତରେ ପିତା ମାତା ଅଗ୍ର ପୂଜ୍ୟ ଈଶ୍ୱର

             ସେବା ତାଙ୍କ ଆମ ପାଇଁ ଅଟେ ପୂଣ୍ୟ ପୂଜାର ।

 ସକଳ ତୀର୍ଥ ପୁଣ୍ୟଫଳ ମିଳଇ ପିତା ମାତା ଚରଣେ

ତାଙ୍କ ଦୁଃଖ ମିଳେ ନାହିଁ ଶାନ୍ତି କେବେ ଭୂବନେ ।



Rate this content
Log in

Similar oriya poem from Inspirational