ପିତା ମାତା ଓ ପ୍ରକୃତି ପ୍ରେମ
ପିତା ମାତା ଓ ପ୍ରକୃତି ପ୍ରେମ
ଯେତେବେଳେ ଯାହା ସେବେ ତାହା
ଆଣିଛନ୍ତି ବାପା ନହୋଇ କେଵେ ଖପା
ଯେତେବେଳେ ଯାହା ସୁପାରିଶ
ମୋ ପାଇଁ କରିଛି ବୋଉ
କେମିତି କହିବି କରିନାହଁ କିଛି କେହି ମୋପାଇଁ
ବାପା ପଢ଼େଇଲେ,ବୋଉ ବଢ଼େଇଲା
ଶିଖାଇଲେ କେତେ କଥା
ଆଜି ମୋ ମୁଣ୍ଡକୁ ହାତ ପାଇଗଲା
ଛାଡିବି କେମିତି ତାଙ୍କ ବରଦାନସବୁକୁ
ମୋ ଭାଗ୍ୟ ମତେ ନେଉଛି ଟାଣି
କର୍ମକରି ଉତୁରି ବତୁରି
ନଈ ଶିଖାଇଲା ବହିଯିବୁ କରି ଦାନ
ଗଛ ଶିଖାଇଛି କରିଯିବୁ ପୁଣ୍ୟ
ପାହାଡ଼ଠୁ ନୀରବ ଜ୍ଞାନ
ଆକାଶଠୁ ବଞ୍ଚିବାକୁ ଶୁନ୍ୟ ଜୀଵନ
ପକ୍ଷୀଠୁ କୁଜ୍ଜନ ଭିତରେ ସମ୍ମୋହନ
ଏତେ ସବୁ ପାଇ,କିଛି ଦେଇ ନାହିଁ
କହିଲେ ଲାଗିବ ପାପ ନିସ୍ତାର ନାହିଁ
ପିମ୍ପୁଡିର ଏକତା,ମହୁମାଛିଠୁ ମିତ୍ରତା
ବିରୁଡି ଶିଖାଏ ଶୈଳୀ,ପକ୍ଷୀ ବସା ଭଳି
ଭଅଁରର ଘର ସ୍ୱର୍ଗଭଳି,
ଝରଣାରେ ସାତରଙ୍ଗ ଗୋଳି
ପ୍ରକୃତିର କଳା ସଂସ୍କୃତି ସଭ୍ୟତାରେ
ନାହିଁ ହେଳା ବୁଡିନାହିଁ ଭେଳା
ଏତେସବୁ ପରେ ଆଉ କାହାଠାରେ
ଆଶା ରଖି ବେଶି କରିନି କୌଣସି
ଅଭିଯୋଗ ଯାଇ ଋଷି
ଶିଖିଛି ଏତେ ହୁଏନା ପରତେ
କଳା କୌଶଳ ଆବଶ୍ୟକତା ଯେତେ
ବାପାମାଆ ଓ ପ୍ରକୃତି ଶିଖାଇଛି ପ୍ରେମ ପତ୍ରେ
,,,,,,,,,,,,,,,,,,

