STORYMIRROR

Pratima Das

Inspirational

3  

Pratima Das

Inspirational

ପିପଳ

ପିପଳ

1 min
335


ମୁଁ, ଏକ ଅଶ୍ଵତ୍ଥ ବୃକ୍ଷ,

ଯାହା ଛାୟାରେ

ବସି, ଶାକ୍ୟମୂନି ସିଦ୍ଧାର୍ଥ, ପାଲଟିଥିଲେ

ବୁଦ୍ଧ

ଦେବାପାଇଁ ବାର୍ତ୍ତା

କାମନାର ବିନାଶରେ ଦୁଃଖର ବିନାଶ।

ଦିନରାତି ହଲିହଲି ମୋ ପତ୍ର

ଦେଉଥାଏ, ଶୁଦ୍ଧ ଅମ୍ଳଜାନ

ଆଉ ଶୀତଳ ମୃଦୁ ପବନ

ହେଲେ, କେହି କେବେ ବୁଝେନା

ମୋ ମନ ଦହନ।

ମୁଁ ଚାହେଁନି, ମୋ ମୂଳରେ ତ୍ରିନାଥ ମନ୍ଦିର

ଅବା ପଥର,

ପଥର ମଥାରେ ସିନ୍ଦୂର,

ପାଦରେ

ଅନେକ ପୂଜାଫୁଲ

କଳା ଅପରାଜିତା ଅବା ମନ୍ଦାର,

ଅରୁଆଚାଉଳ ସାଂଗେ ଖିର,

କିମ୍ବା, କେଉଁ ଅସାଧୁ ଜ୍ୟୋତିଷ

ପ୍ରରୋଚନାରେ

ଏକ ସହଜ ଉପଚାର,

ଜଳୁଥିବା ସୋରିଷ ତେଲ ଦୀପଟି

କାଟି ପାରୁନଥିବ ଅମା ଅନ୍ଧକାର

ଏମିତି ଯାଉଥିବ, ଅନେକ ଶନିବାର

ଯାହା ମୂଳେ ବସିଥାନ୍ତି, କାମକୁ ଉପେକ୍ଷି

ଅନେକ ଗଂଜଡ।

ମୁଁ ଚାହେଁ, ମୋ ଭଳି ବହୁତ ଗଛ

ଶୋଭାପାଉ, କଡେ କଡେ

ରାସ୍ତାର,

କିମ୍ବା ତୋଟା ମାଳରେ

ନହେଲେ ଗାଁ ମୁଣ୍ଡରେ,

ଯେଉଁଠି, ବାଟୋଇ ଥକା ମେଣ୍ଟାଉଥିବ

ଆନନ୍ଦ ଶୀତଳ ମନରେ।

ହେ ମାନବ!

ତୁ ଚାହୁଁ ନାତି, ଅଣନାତି,

ପୁଣି ପଣନାତି,

ମୁଁ କଣ ଚାହିଁବିନି?

ମୋ ବିରାଦରୀ

ରହିଥାଉ

ତୁମଭଳି

ସାହିବସ୍ତି କରି।

ପ୍ରତିମା ଦାସ, କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational