STORYMIRROR

Niranjan Sahu

Inspirational

4  

Niranjan Sahu

Inspirational

ପିମ୍ପୁଡ଼ିଟା ବନ୍ଧା ପଡିଛି

ପିମ୍ପୁଡ଼ିଟା ବନ୍ଧା ପଡିଛି

1 min
429

ମଦ ଦୋକାନ ମାଳ ମାଳ ଏଠି

     ସେଥିପ୍ରତି ନିଘା ନାହିଁ

ମଦୁଆ ମାନଙ୍କୁ ଧରିବାର ପାଇଁ

      ସରକାର ହାଇଁ ପାଇଁ...


ଯେଉଁଠି ଦେଖ ଯେମିତି ଚାହଁ

     ମଦ କାଚ ମିଳିଯାଉଛି

ଵୋପା ପୁଅ ମିଶି ମଦ ପିଉଛନ୍ତି

     ମାଇକିନା ବସି ଦେଖୁଛି...


ମଦ ପାଇଁ ଆଜି କେତେ ପରିବାର

      ଅତଳ ଗର୍ଭକୁ ଯାଉଛି

ସରକାରଙ୍କ ବା କଣ ଯାଉଛି

     ରାଜସ୍ୱ ତ ପାଇ ଯାଉଛି...


ଝିଣ୍ଟିକାକୁ ମାରି ବଣି ପୋଷିବା

     ଆମ ଦେଶରେ ଚାଲୁଛି

ମଦୁଆକୁ ମାରି ବେପାରୀ ପୋଷିବା

    ଏ ନିୟମେ ସର୍କାର ଚାଲୁଛି...


ଧନୀ ଲୋକ ମାନେ ମଦ ପିଉଛନ୍ତି

         ଏସି ରୁମ ରେ ବସି

ଦିନ ମଜୁରିଆ ଗରିବ ପିଉଛି

       ବିହାରୀ ଦୁଆରେ ବସି...


ଯିଏ ମଦ ବିକେ କୋଠା ବାଡ଼ଉଛି

        ମଦୁଆର ଘର ଭାଙ୍ଗୁଛି

ମଦବିକା ଲୋକ ଧନୀ ହୋଇ ବୁଲେ

        ମଦୁଆ ଗରିବ ହେଉଛି...


ଯିଏ ମଦ ବିକେ ତାର ପିଲା ଛୁଆ

     ବିଦେଶୀ ସ୍କୁଲରେ ପଢୁଛି

ଯିଏ ମଦ ପିଏ ତାର ପିଲା ଛୁଆ

    ହୋଟେଲରେ ପ୍ଲେଟ ଧୋଉଛି...


ଏବେ କି ଦିନ କାଳ ଆସିଛି

    ହାତୀ ଆଜି ଏଠି ଘୁରି ବୁଲୁଅଛି

          ପିମ୍ପୁଡି ଟା ବନ୍ଧା ପଡୁଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational