STORYMIRROR

Panchanan Jena

Inspirational

4  

Panchanan Jena

Inspirational

ପିଳେହି ପାଣି

ପିଳେହି ପାଣି

1 min
23


ଇତିହାସ କହେ

ପୁରୁଷ ବିଶ୍ଵ ବିଜୟୀ

ପୁରାଣ କିମ୍ବଦନ୍ତି ବି କହେ

ପୁରୁଷ ଛତ୍ରପତି ଦଳପତି 

ଚରାଚର ବ୍ରହ୍ମାଣ୍ଡର ଗଜପତି

ରକ୍ତର ଶେଷ କଣିକା ଯାଏ ଲଢୁଥାଏ

ନିଶ୍ଵାସର ନିଃଶେଷ ଯାଏ ଯୁଝୁଥାଏ

ଜିତିବା ବୋଧହୁଏ 

ପୁରୁଷର ଅସ୍ଥିମଜ୍ଜାଗତ ସ୍ଥଳପତି ।


ଜ୍ଞାନ ବିଜ୍ଞାନ ଅବା ସନ୍ଧାନ ହେଉ

ଆବିଷ୍କାର ଉଦ୍‌ଭାବନ ଅବା ଭତ୍କ୍ଷେପଣ ହେଉ

ତର୍କ ବିତର୍କ ଅବା ସତର୍କ ହେଉ

ଗ୍ରନ୍ଥ ପୋଥୀ ଅବା ପୁରାଣ ହେଉ

ଧର୍ମ କର୍ମ ଅବା ଶର୍ମ ହେଉ

ଅସ୍ତ୍ର ଶସ୍ତ୍ର ଅବା ଯୁଦ୍ଧ ହେଉ

ସବୁ ଗୋଟେ ଗୋଟେ ଫନ୍ଦି ଫିକର

ଜିଣିବାର ଗୋଟାଏ ଝୁଙ୍କ ହୁକାର

ସମୁଦ୍ରକୁ ଶଙ୍ଖେ କରିନେବା

ଆକାଶକୁ ମୁଠିରେ ବାନ୍ଧି ନେବା

ଧରା ଧରିତ୍ରୀ ଧରଣୀ

ଗିରିବନ ପାଦପ ସରଣୀ

ସବୁକୁ କରିବା ପରାସ୍ତ 

ବାହୁବଳେ କରାୟତ୍ତ କରିନେବା

ବୋଧହୁଏ ପୁରୁଷର ସହଯାତ ପ୍ରବୃତ୍ତି ।


ଆଉ ପାଦେ ଆଗରେ ମହିଳା

ଦୟା କରୁଣାର ପଥ ଦେଖେଇ

ତ୍ୟାଗ ସେବାର ଶଙ୍ଖ ବଜେଇ

ସ୍ନେହ ସମର୍ପଣର ହାତ ବଢେଇ

ପ୍ରେମ ବଳିଦାନର ପର୍ବ ଲଗେଇ

ରୂପ ଲାବଣ୍ୟର ଦୀପ ଜଳେଇ

ପୁରୁଷକୁ ନିମିଷକେ ପାରନ୍ତି ଜିତି

ଗାଡ଼ର ମେଣ୍ଡା ବନେଇ ମୁରୁକି ଜ୍ୟୋତି


ଭାବନ୍ତୁ ଆପଣମାନେ ଦାସେ ଆପଣେ

ଶତ୍ରୁ କୁ ହରେଇ କି ଲାଭ

ଶୂର ବୀରକୁ ହରେଇବା ହିଁ ଦୁର୍ଲ୍ଲଭ

ପୁରୁଷ ବିଚରା ନିରୀହ ପ୍ରାଣୀ

ଆଖି ବାଣରେ ପରା ପିଳେହି ପାଣି ।


Rate this content
Log in

Similar oriya poem from Inspirational