Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Children

3  

Suresh chandra Padhy

Children

ପିଲା ବେଳ ସ୍ମୃତି

ପିଲା ବେଳ ସ୍ମୃତି

1 min
138



ଆଉ କି ଫେରି ଆସିବ ଆମ ପିଲା ଦିନ

ଆଉ କି ଖେଳିବା ଆମେ ହୋଇ ଏକ ମନ

ଏବେ ଆମେ ନିଜ କର୍ମ ପଥେ ରହିଲେ

ପିଲା ବେଳେ କେତେ ମଜା ମସ୍ତି କରି ଥିଲେ।


କେବେ କାହା ଖାଦ୍ୟ ଛଡାଇ ଖାଉ ଥିଲେ

କେବେ ପୁଣି କାହା ଘରେ ଯାଇ ଖେଳୁ ଥିଲେ

ଏବେ ଆମେ ସବୁ ଦୂରରେ ରହିଲେ

ନିଜ କର୍ମ ପଥେ ରହି ସଂସାର ବି କଲେ।


ପିଲା ବେଳେ ଖେଳ ରେ ଦିନ ବିତି ଯାଉ ଥିଲା

କବାଡି କ୍ରିକେଟ ପରି କେତେ ଖେଳ ଆମ ହେଉ ଥିଲା

ଏବେ ସେ ଖେଳ ଆଉ ରହି ନାହିଁ

ଏବେ ମନେ ପଡୁଛି ସ୍ମୃତି ହୋଇ।


କିଏ କାହାଠାରୁ ଦିନୁ ଟେ ହେଲେ ଦୂର

ଦିନ ସରେ ନାହିଁ ଆମ ସାଙ୍ଗ ସାଥିର

କେବେ ସାଥି ହୋଇ ଗଛ ରୁ କୋଳି ଖାଉ ଥିଲେ

କେବେ ଦୁଷ୍ଟ ହୋଇ ଘରେ ଗାଳି ବି ଶୁଣିଲେ

ଏବେ ନିଜ ପରିବାର ରେ ସମୟ ବିତି ଯାଏ।


ଦେଖା ହେବା ପାଇଁ କେବେ ମିଳେନି ଦିନୁ ଟିଏ

ପିଲା ବେଳ ସତେ ଅବା ଆସନ୍ତା କି ଫେରି

ପୁଣି ଭେଟ ହୋଇ ହସ ଖୁସି ରେ ଦିନ ଯାଆନ୍ତା ସରି।


ପିଲା ବେଳ କେତେ ମଧୁର ହୋଇ ଥାଏ

ଚିନ୍ତା କି ଦୁଃଖ ଆସେ ନି ମନ କୁ ଥରୁ ଟିଏ

ପିଲା ବେଳ ସାଙ୍ଗ ସାଥି ମେଳ ଆଉ ମିଳିବ ନାହିଁ

ଭାରି ମନେ ପଡେ ସେ ଦିନ କଥା ମନ କୁ ଆସଇ।


Rate this content
Log in

Similar oriya poem from Children