STORYMIRROR

Sambit Srikumar

Romance Classics Inspirational

4  

Sambit Srikumar

Romance Classics Inspirational

ପୀରତି ଗଣିତ

ପୀରତି ଗଣିତ

1 min
226


ତୁମ ପାଇଁ ପ୍ରେମ ଲାଭ କ୍ଷତିର ଗଣିତ

ଲାଭରେ ମୁଁ ଗଳାମାଳି, କ୍ଷତିରେ ପରିତ୍ୟକ୍ତ

ସ୍ବାର୍ଥଥିବା ଯାଏଁ ତୁମେ କଷୁଥାଅ ଉପପାଦ୍ୟ

ସ୍ବାର୍ଥ ସିଦ୍ଧି ଅନ୍ତେ ବଦଳେ ତୁମ୍ଭର ସିଦ୍ଧାନ୍ତ।


ମଧୁର ସାମାନ୍ୟ କଥନେ ତୁମେ ବିଷାରଦ

ତୁମ କପଟ ପୀରତି ସଦା ସର୍ବଦା ପ୍ରମାଣିତ

କିପରି କରିବି କୁହ ତୁମ୍ଭର ଚିତ୍ରଣ ଅଙ୍କନ

ଗଣିତ ପାଠରେ ମୁହିଁ ଯେ ପରମ ଅଜ୍ଞାନ।


ଜଟିଳ ଗାଣିତିକ ସୂତ୍ରରେ ତୁମେ ପାରଙ୍ଗମ

ସେଥିଲାଗି ସଦା ହୁଅ ତୁମେ ଲାଭବାନ

ମାନସାଙ୍କ ସମାଧାନେ ମୁହିଁ ଗଣୁଥାଏ ହାତ

ସତେ କି ପାରିବି ହୋଇ ତୁମ ସମକକ୍ଷ।


ସକଳ କ୍ଷେତ୍ରରେ ତୁମେ ଲଭୁଥାଅ ଜିତାପଟ

ପରାଭବ ଲଭି ମୁଁ ହୁଅଇ ଭୂମିରେ ପତିତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance