STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ପଇଡ଼ରେ ପାଣି ଡ଼ବଡ଼ବ

ପଇଡ଼ରେ ପାଣି ଡ଼ବଡ଼ବ

1 min
359


ପଇଡ଼ ଭିତରେ ପାଣି ଡ଼ବଡ଼ବ

ବିକୁଥିଲା ପିଲା କାଶିଆ

କହିଲା ମଉସା ଦେଖୁନ ଇଆଡେ

ପଇଡ଼ ମୋ ଭାରି ବଢ଼ିଆ ।


ଢ଼କଢ଼କ କରି ପିଇବ ପାଣିକୁ

ଭିତରେ ବି ଥିବ ନାଳି

ପାକୁଆ ପାଟିରେ ଚାକୁଳେଇ ଦେଲେ

ସହଜେ ପାରିବ ଗିଳି ।


ଖାଇବ ପିଇବ ମଜା ବି ଲାଗିବ

ମୂଲ୍ୟ ପନ୍ଦରଟି ଟଙ୍କା

ମେଣ୍ଟିଯିବ ତୁମ ଭୋକ ଆଉ ଶୋଷ

କାହିଁକି କରୁଛ ଚିନ୍ତା ।


ପାଣି ବୋତଲକୁ ପଡୁଛି କୋଡିଏ

ଥଣ୍ଡା ବୋତଲ ପଚିଶି

ନୋଅଟ କାଢିକି ବଢାଇ ଦିଅନ୍ତି

ଲୋକମାନେ ହସିହସି ।


ମିଳେନାହିଁ କିଛି ନିପଟ ଅଖାଦ୍ୟ 

ଦେହକୁ କରେ ଖରାପ

ବଡ଼ ଉପକାରୀ ପ୍ରକୃତିର ଦାନ

ଏଇଟି ଦେଶୀ ପଇଡ଼ ।


ବାଛିକରି ଗୋଟେ ବାଗିଆ ପଇଡ଼

କାଟିଦେଲା ଚଟାପଟ

ପିଇ ଢ଼କଢ଼କ ମନ ହେଲା ତୃପ୍ତ

ମିଠା ନାଳି କଲି ଚଟ।


ଆଖି ଯେବେ ପଡେ ପଇଡ଼ ଉପରେ

କାଶିଆର ଦିଶେ ମୁହଁ

ଉପଭୋଗ କରେ ଗୋଟିଏ ଦୁଇଟି

ମଧୁର ପଇଡ଼ ମୋହ ।

  ------



Rate this content
Log in

Similar oriya poem from Inspirational