STORYMIRROR

Banabihari Mishra

Abstract

3  

Banabihari Mishra

Abstract

ପି.ସି.

ପି.ସି.

1 min
311

ଯୋଗନୀଖିଆ ଏ      ପି.ସି ଅସୁରଟା

     ଚାରିଆଡେ କାୟା ମେଲିଛି

ଗୋଟେ ଚେର ତା'ର     ଉପାଡିଲେ ଆଉ

     ଚାରିଟା ଚେର ବାହାରୁଛି


ତଳଠୁ ଉପର        ଯୋଉଠି ଦେଖିଲେ

     ପି.ସିର ରାଜୁତି ଚାଲିଛି

ପିଅନ ବାପୁଡା        ପି.ସିର ବଳରେ

     କୋଟିପତି ହେଇଯାଉଛି


ଫାଇଭ୍ ଟି ହେଉ      ଅବା ଟେଏନ୍ ଟି

      ପି.ସିଟା ସେମିତି ରହିଛି

ଯେତେ ରକମର      ଭେଳିକି ରଚିଲେ

      ତା'ର ବା କିସ ଯାଉଛି


ଯୋଉ ସରକାରୀ      ଦପ୍ତରକୁ ଯାଅ

      ଟେବୁଲ ତଳେ ସେ ଜଗିଛି

ଛୋଟ ଅବା ବଡ       ଯାହା କାମ ହେଉ

      ସେଥିରେ ସେ ପି.ସି ରହୁଛି


ନେତା ଅବା ମନ୍ତ୍ରୀ      ଡାକତର ଯନ୍ତ୍ରୀ

      ସମସ୍ତେ ଅଧୀନ ପି.ସିର

ପି.ସି ବିନା କୋଉ      କାମଟା ହେଉଛି

      ଭାବିକି କହିଲ ଏଥର


ନାତିଆ ମୋହର       ପାଞ୍ଚ ବରଷର

      ପଚାରିଲା ଦିନେ ସଞ୍ଜରେ

କୁହ ମୋତେ ଜେଜେ     ପି.ସି ମାନେ କିସ

      ଅଛି କୋଉ ଅଭିଧାନରେ


ଅତି ସରାଗରେ        ବୁଝାଇ କହିଲି

      ଶୁଣ ମୋର ଗେହ୍ଲା ନାତିଆ

ଖଞ୍ଜରେ ଖଞ୍ଜରେ       ଯାହା ଦିଆନିଆ

      ହୁଏ ଯେ ଟେବୁଲ ତଳିଆ


ନାଆଁ ତା'ର ପି.ସି       ଘରଠୁ ଦପ୍ତର

      ସବୁଠାରେ ତା'ର ରାଜୁତି

ଯେମିତି ଜେଜେମା       କାମ କରେଇକି

      ଚକୋଲେଟ୍ ଲାଞ୍ଚ ଦିଅନ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract