STORYMIRROR

Shashanka sekhar Ray

Classics

3  

Shashanka sekhar Ray

Classics

ଫୁଲଟିରବିଳାପ

ଫୁଲଟିରବିଳାପ

1 min
206


ରୂପ ରଙ୍ଗ ରସ ଗନ୍ଧ

କିଏ ଭରିଦେଲା ତନୁରେ

କାହିଁକି ମୁଁ ଫୁଟୁଥାଏ

କାହା ଉଦ୍ଦେଶ୍ୟରେ 

ଚୁମ୍ଵକୀୟ ସମ୍ମୋହନ ଶକ୍ତି

ଟାଣିଆଣେ କେତେ ଆଖି

ଦେଖି ଢଳଢଳ ଯୌବନ ସମ୍ଭାର

ବ୍ୟସ୍ତ ପରାଣ ମୂହୁର୍ତ୍ତ ଯାଏ ଲାଖି


ପାଗଳ ଭଅଁର ପ୍ରଜାପତି

ମତୁଆଲା ମହୁମାଛି 

ସଭିଏଁ ମୋର ଆପଣାର 

ଖେଳୁଥାନ୍ତି ପବନ ସାଥେ ଲୁଚିଲୁଚି


ସହିପାରନି କି ତୁମେ

ଦେଖି ମୋ ଐଶର୍ଯ୍ୟ ବିଭବ

ଜହ୍ଲାଦର ମନ ତୁମର

ଫାଶୀ ଦେଇ କି ପାଅ ଲାଭ


କେଉଁ ଅପରାଧେ ଶାସ୍ତୀ ମିଳେ

ତୁମ ସମ୍ମାନର୍ଥେ ଶୁଭ ମହୁରତେ

ବଳିପଡେ ମୋର ଶବ

ପର୍ବପର୍ବାଣୀ ମଠ ମନ୍ଦିର 

ଅଵା ବିବାହ ସଭାସ୍ଥଳ ଶବାଧାର

ରାଜରାସ୍ତା ନାଳ ନର୍ଦ୍ଦମାରେ 

ଭାଷିବୁଲେ ମୋର କୁଢ କୁଢ ଶବ


ଚାହେଁନା ମୁଁ ଓଠର ନରମ ପରଶ

ଉଷୁମ ଛାତି ପକେଟର ବିଳାସ

ତୁମେ ଆଉ ତୁମ ପଥର ଠାକୁର

ବୁଝନ୍ତିନି କେବେ ମୋର ମୂଲ 

ଅମୃତ ସୌନ୍ଦର୍ଯ୍ୟର ଗନ୍ତାଘର

ପ୍ରକୃତିର ଶ୍ରେଷ୍ଠ ଉପହାର

ଭଲ ପାଅ ମନା ନାହିଁ ତୁମକୁ 


ସମର୍ପି ଦିଅ ଥରେ ନିଜକୁ

ସହି ସହି ତଥାପି ବାଣ୍ଟୁଥିବି 

ମଧୁ ସୁରଭୀ ସୌନ୍ଦର୍ଯ୍ୟ 

ହସିବାକୁ ଦିଅ ସଦା 

ମୋତେ ଗଛର ଡାଳେ

ସାର୍ଥକ ହେବ ମୋର ଜନ୍ମ

ଶୁଖି ଯେଵେ ଝରିପଡିବି ଗଛମୂଳେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics