STORYMIRROR

Nirupama Naik

Abstract

2  

Nirupama Naik

Abstract

ଫୁଲଟିଏ

ଫୁଲଟିଏ

1 min
3.3K

ଫୁଲଟିଏ କେବେ ପ୍ରଭୁ ଶ୍ରୀପାଦ ରେ

କେବେ ଗଭା ରେ ସଜ୍ଜିତ ହୁଏ

ଭଲପାଇବା ର ପ୍ରଥମ ଭେଟି ସେ

ପ୍ରେମ ପରିଭାଷା କୁହେ

ଫୁଲଟିଏ ବୋଲି ତୋଳି ଦେଲେ ତାକୁ

ନିଜ କାମ ରେ ଲଗାଇ

ହେଲେ ସେ ଫୁଲ ର ଅକୁହା ଦରଦ

କେହି ନ ଜାଣି ପାରଇ

ଯେଉଁ ଡାଳେ ତାର ଜନମ ହୋଇଛି

ତା ଠାରୁ ଦୂରେଇ ଗଲା

କିଛି ମୁହୂର୍ତକେ କାମ ରେ ଆସି ସେ

ଝାଉଁଳି ମୁରୁଝି ମଲା

କେବେ ଭାବିଛ କି? ତା ପରି ଯଦି

ତୁମକୁ ବ୍ୟବହାର ହୁଏ

ସେହି ଯନ୍ତ୍ରଣା ର ଅନୁଭିତି ସତେ

ମୁରୁଝା ଫୁଲ ଟେ କହେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract