Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nibedita Panda

Fantasy

4  

Nibedita Panda

Fantasy

ଫୁଲର ଜୀବନ ଦର୍ଶନ

ଫୁଲର ଜୀବନ ଦର୍ଶନ

1 min
6



ଫୁଲଟି ଗଛରେ ଫୁଟିଯାଏ ସିନା

     ଜାଣି ତ ନ ଥାଏ ତା ଭବିଷ୍ୟତ ।

ତୋଳା ହେବାପରେ ବିହି ଲେଖିଦିଏ

     ତା' ବାକି ଜୀବନ ଶେଷ ବୃତ୍ତାନ୍ତ !


ଗଜରାରେ ସିଏ ଗୁନ୍ଥା ହେବ ଅବା

    ଫୁଲଦାନୀ ପରେ ରହିବ ଯାଇ ।

କି ଅବା ଦେବତା ପାଦରେ ଲାଗି କି

    ନିଜକୁ ସାର୍ଥକ ମଣିବ ସେଇ ।


କା' ମଧୁଶଯ୍ୟାରେ ସାଜିବ କି ସିଏ

    ପ୍ରଥମ ମିଳନ ସେ ମୂକସାକ୍ଷୀ ।

ନିଜ ଜୀବନକୁ ତୁଚ୍ଛ ମଣୁଥିବ

    କାହାର ପ୍ରୀତି ପ୍ରଣୟକୁ ଦେଖି ।


ମଶାଣି ଯାତ୍ରାରେ ଶବର ଉପରେ

   ହୋଇବଯାଇ ସେ କା' ଶ୍ରଦ୍ଧାଞ୍ଜଳି ।


ବିଦାୟ ବେଳାରେ ଆତ୍ମାର ସାଥିରେ

   କା' ହାତରେ ପୁଣି ଯିବ ମଉଳି ।


ଅଭିମାନ କେବେ କରେନି ଫୁଲଟି

   ଅନିଶ୍ଚିତ ସ୍ବଳ୍ପ ଜୀବନ ପାଇଁ ।

ଅବସାଦ କାହିଁ ରଖିବ ମନରେ

   ଜାଣେ ତା' ଜୀବନ ଅଚିରସ୍ଥାୟୀ ।।


Rate this content
Log in

Similar oriya poem from Fantasy