Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nibedita Panda

Classics

4  

Nibedita Panda

Classics

ସଦାଚାର

ସଦାଚାର

1 min
5



ଆଚାରରେ ଲକ୍ଷ୍ମୀ ବିଚାରେ ପଣ୍ଡିତ

      ଶାସ୍ତ୍ରାନୁମୋଦିତ ନୀତି,

ସଦ୍ ଆଚରଣ ଉତ୍ତମ ଲକ୍ଷଣ

     ଜୀବନରେ ଦିଏ ଶାନ୍ତି।

      

ବ୍ୟବହାର ଅଟେ ମଣିଷ ଜୀବନ

         ନାଟକର ପୂର୍ବାଭାଷ,

ସଦାଚାର ପରା ଜୀବନେ ଜରୁରୀ

       ବ୍ୟକ୍ତିତ୍ଵ କରେ ପ୍ରକାଶ।

ବ୍ୟକ୍ତିତ୍ଵ ଦ୍ବାରା ହିଁ ମଣିଷ ପହଞ୍ଚେ

        ଅପହଞ୍ଚ ଇଲାକାରେ,

ସବୁ ହୃଦୟରେ ପୂଜା ପାଇଥାଏ

        ବଞ୍ଚେ ବି ସୁଖ ଶାନ୍ତିରେ।

ବ୍ୟକ୍ତିତ୍ଵ ଯେଉଁଠି ଅସ୍ତିତ୍ବ ହରାଏ

        ଅସଦାଚରଣ ଭାବେ,

ନିନ୍ଦା ଅପବାଦ ଓ କୁତ୍ସାରଟନା

      ସେହି ବ୍ୟକ୍ତି ନାମେ ଶୁଭେ।

ରଖିଯାଅ ନାହିଁ ନିଜ ଜୀବନରେ

         କଳଙ୍କର କଳାଛାଇ,

ବରଂ ଜୟକର ସବୁରି ହୃଦୟ

        ସୁନ୍ଦର ବ୍ୟକ୍ତିତ୍ବ ହୋଇ।

       

ଆଙ୍ଗିକ ଗହଣା ଆବଶ୍ୟକ ନାହିଁ ,

          ସଦାଚାର ଆଭୂଷଣ,

ସୁଖ ସମ୍ମାନରେ ଆତ୍ମ ମର୍ଯ୍ୟାଦାରେ

          ଫୁଟିବ ମଣିଷପଣ।

ବ୍ୟକ୍ତିତ୍ଵେ ରହିଲେ ସଦାଚାର ଗୁଣ

        ଜୀବନେ ପୂର୍ଣ୍ଣତା ଆସେ,

ସୁନ୍ଦର ବ୍ୟକ୍ତିତ୍ବ ସଭିଁକୁ ତ ମୋହେ

        ତା' ପାଇଁ ଦୁନିଆ ହସେ।

ନିର୍ମଳ ବ୍ୟକ୍ତିତ୍ଵ ଓ ସଦାଚାରରେ

      ଅନ୍ୟ ହୃଦେ କରେ ଘର,

ଅସଦାଚରଣ ଅଶାନ୍ତିର ମୂଳ

       ସବୁରି ପାଖରୁ ଦୂର।

ଉଦାରତାପଣ ଥିଲେ ମଣିଷର

        ହୁଏ ହୃଦୟ ନାୟକ।

ମଣିଷ ରୂପରେ ପୂଜାପାଏ ସିଏ

        ସଭିଙ୍କ ପ୍ରିୟ ବାହାକ ।

ତ୍ୟାଗ ତ ମହାନ୍ ଭୋଗ ପରା ନ୍ୟୁନ

         ସଦାଚାରରେ ଯା'ସ୍ଥିତି ,

ସର୍ବତ୍ର ପୂଜିତ ତାର ଅଭିନୟ

         ଶ୍ବାଶତ ଶରଧା-ପ୍ରୀତି ।

ନାୟକ ହେଉ ବା ସୁନ୍ଦରୀ ନାୟିକା

       ରୂପ ତା' ସୌନ୍ଦର୍ଯ୍ୟ ନୁହେଁ ,

ସମ୍ବେଦନଶୀଳ ସଦାଚାର ପୂର୍ଣ୍ଣ

       ମଣିଷ ସମ୍ମାନ ପାଏ ।

   


Rate this content
Log in

Similar oriya poem from Classics