Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nibedita Panda

Inspirational

4  

Nibedita Panda

Inspirational

ଅଲିଭା ସ୍ମୃତି

ଅଲିଭା ସ୍ମୃତି

1 min
6



ସ୍ମୃତି ତୁମେ... 

ଭଗ୍ନ ମନ୍ଦିରେ ନଗ୍ନ ରୂପର

ବିକୃତ କଳେବର !

ପ୍ରତାରିତ ଏକ ମଣିଷ ଆଖିରୁ

ନିର୍ଗତ ନୀରଝର !!


ସ୍ମୃତି ତୁମେ...

ଶରତ ସକାଳ ଶିଶିର ବୁନ୍ଦାରେ

ମୋତିରଙ୍ଗ ଇନ୍ଦ୍ରଜାଲ ।

ସଜବଗିଚାର ଭିଜା ଗାଲିଚାରେ

ଝରିଥିବା ବାସିଫୁଲ ।।


ସ୍ମୃତି ତୁମେ....

କୁଆଁରୀ ଛାତିରେ ପ୍ରଥମପ୍ରେମର

ସ୍ପନ୍ଦିତ ଦ୍ରୁତ ଆବେଗ ।

ନମ୍ର ଅତୀତର ସୁନ୍ଦରତାପଣ

ଅଭୁଲା ଅଲିଭାଦାଗ ।।


ସ୍ମୃତି ତୁମେ...

ଅସଫଳ ଏକ ପ୍ରେମ କାହାଣୀର

ତୁମେ ଆଦ୍ୟ ତୁମେ ଶେଷ !

ସୁନ୍ଦର ତରୁଣୀ ଥରିଲାଓଠରେ

ତୁମେ ଯେ କୃତ୍ରିମ ହସ !!


ସ୍ମୃତି ତୁମେ...

କୃତ୍ରିମ ହସର ଲାସ୍ୟ ଲହରୀରେ

ପ୍ରାକୃତିକ ଲେପ ଦେଇ ।

ଭରି ଦେଇଥାଅ ସୁଗନ୍ଧ ସୁରଭି

ବର୍ତ୍ତମାନ ରୂପ ନେଇ ।।


ସ୍ମୃତି ତୁମେ...

ଦଦରା ବୀଣାର ଭଙ୍ଗା ରାଗିଣୀରେ

ବିଫଳ ପ୍ରେମର ରାଗ !

ଦୁଃଖଦ ସକାଳ ନିରାଶା ବଦନେ

ରାତ୍ରି ଚୁମ୍ବନର ଦାଗ !!


Rate this content
Log in

Similar oriya poem from Inspirational