STORYMIRROR

Debabrata Mishra

Drama Romance Classics

3  

Debabrata Mishra

Drama Romance Classics

ଫୁଲପାଇଁ ଫୁଲଟିଏ

ଫୁଲପାଇଁ ଫୁଲଟିଏ

1 min
11


ସ୍ବପ୍ନରେ ତ ଦିଶୁଥାଅ ସଦାସର୍ବଦା ଜହ୍ନ ହୋଇ

ପ୍ରଭାତର ପୂଣ୍ୟମୟ ପବିତ୍ର ମୁହୁର୍ତ୍ତରେ,

ଯେବେ ନିଦର ପାଳି ହୁଏ ସମାପ୍ତି

ନୟନ ଉନ୍ମୁକ୍ତ ହେବା ମାତ୍ରେ ଦିଶେ ତୁମ ଲକ୍ଷ୍ମୀରୂପ

ତୁମ ସହ ଆତ୍ମିକ ଆଳାପ ଅଳପ ଅଳପ

ତୁମକୁ ସ୍ମରଣ କରି ତୁମ ଦର୍ଶନ ହୁଏ ପ୍ରାପ୍ତି,


ତୁମେ ମୋ' ଅନ୍ତର ଚେତନାର ଶାସ୍ୱତ ଶକ୍ତି

ଶୀତଳତାର ଶିବାନୀ ତୁମେ ଭକ୍ତିର ଭବାନୀ

ମୋ' ପ୍ରେରଣାର ପ୍ରୀତିମୟ ପଥ ତୁମ ସଜଳ ନୟନ

ଫୁଲଟିଏ ତୁମେ ତୁମ ପାଖେ ସ୍ନେହର କୋମଳପଣ

ତୁମପାଇଁ ତୁମଠାରୁ ଅଧିକ ସୁନ୍ଦର ଫୁଲ ଖୋଜି ପାଏନି

ଗୁଣପୁରର ଗୁଣବତୀ ତୁମେ ହସର ପଲ୍ଲବୀତ ଉଦ୍ୟାନ,


ସୁନୟନା ତୁମେ ତୁମ ସହଜପଣରେ ଲୁହ ଭୁଲିଯାଏ

ଏ ଆଖିର ଦୁଃଖ ଫେରେ ଓଠରୁ ମୋ' ହସ ବହିଯାଏ

ତୁମ କଥା ସତେ ଶିଶୁଟିଏର ନିଷ୍ପାପ ଓଠରୁ ଝରା ମଧୁରତା

ମୁହୁର୍ତ୍ତରେ ବଦଳିଯାଏ ପରିବେଶର ବିଷାଦ ନୀରବତା 

ଉପସ୍ଥିତିରେ ତୁମ ନିର୍ମାଣ ହୁଏ ସୁଖର ସମୁଦ୍ର କୂଳ

ଲୁହ ସବୁ ଶୁଖିଯାଏ ମନରୁ ଶୁଭାରମ୍ଭ ହୁଏ ଶ୍ରଦ୍ଧାର ହସରୋଳ,


ବର୍ଣ୍ଣନାର ଅସରନ୍ତି ଇଛା ମୋର ନାହିଁ ଶବ୍ଦ ଜ୍ଞାନ

ଭାରି ସୁନ୍ଦର ଦିଶେ ତୁମର କୁନିକୁନି ଅଭିମାନ

ଏ ଆତ୍ମାର କୋଣେକୋଣେ ତୁମପାଇଁ ଅଜସ୍ର ସମ୍ମାନ

ଈଶ୍ୱରୀ ଗୋ ତୁମେ ମନ-ହୃଦୟର ଅଦୃଶ୍ୟ ମନ୍ଦିରରେ

ସୁହାସିନୀ ତୁମେ ସୁଖରେ ହସୁଥାଅ ନିରନ୍ତରେ

ଫୁଲଟିଏ ତୁମେ ତୁମପାଇଁ ଦୁନିଆରେ ଫୁଲ କାହିଁ..!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama