STORYMIRROR

Sudipta Behera

Abstract

3  

Sudipta Behera

Abstract

ଫୁଲ

ଫୁଲ

1 min
284

ଫୁଲ ଟିଏ ମତେ କରିଦିଅ ପ୍ରଭୁ

ମୋ ଦେହର ବାସ୍ନା ବିତରିବି ସବୁ

ହସି ବସାଇବି ସାରା ଜଗତକୁ

ରଙ୍ଗ ବେରଙ୍ଗ ରେ ମୋହି ବି ମନକୁ.


ପ୍ରତି ପାଖୁଡା ରେ ସ୍ନେହ ଦିଅ ଭରି

ସଞ୍ଚ ରି ଯିବି ମୁଁ ବନ ଲତା ଗିରି

ବାଣ୍ଟି ଦେବି ସ୍ନେହ, ଦୁଃଖ ଅପସରି

ଚାଲି ବି ଆଗକୁ ଯିବି ନାହିଁ ହାରି.


ଦୟା କ୍ଷମା ପ୍ରେମ ବୀଜ ମନ୍ତ୍ର ବୁଣି

ରାଗ ରୋଶ ଇର୍ଷା କାହାର ନ ଶୁଣି

ଜ୍ଞାନ ର ମହ କେ କରିବି ମୁଁ ଜ୍ଞାନୀ

ଚାଲୁ ଥିବି ରାସ୍ତା ତବ ନାମ ଗୁଣୀ


ଏତିକି ମୀନତି ଟିକି ହୃଦୟ ରୁ

ଗ୍ରହଣ କର ମୋ ଦିବ୍ୟ ଧାରା ପ୍ରଭୁ

ଅଳିକ ଏ ମୋର ଜୀବନ ଧାରା କୁ

(ଇଚ୍ଛା ହୁଏ) ତବ ଶ୍ରୀପୟ ରେ ସମର୍ପି ଦେବା କୁ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract