STORYMIRROR

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ଫଟୋ ବଦଳିଲା

ଫଟୋ ବଦଳିଲା

1 min
209

:ଜେଜେ ଦେଇଥିଲେ ଜଗନ୍ନାଥ ଫଟୋ ଟାଙ୍ଗିଥିଲି ପଢାଘରେ,

ବଡ଼ ହେବାପରେ ବାପା-ମାଆ ଫଟୋ ରଖିଥିଲି ଟେବୁଲରେ ।


ଯୁବକ ହେବାରୁ ନିଜ ହିରୋମାର୍କା ଫଟୋ ବାନ୍ଧି ରଖିଦେଲି,

ପୁରୁଣା ଲାଗିଲା ବାପା-ମାଆ ଫଟୋ ତାକୁ ଖୋଲି କାଢିଦେଲି ।


ବାହାହେଲା ପରେ ସୁନ୍ଦରୀ ପତ୍ନୀର ଫଟୋ ନେଲା ମୋର ଜାଗା,

ଦୁଇବର୍ଷ ପରେ ମନ କହିଦେଲା କୁନିଝିଅ ଫଟୋ ଲଗା ।


ଚାରିବର୍ଷ ପରେ ପୁଅ ଜନମିଲା ଫଟୋ ତା'ର ଉଠେଇଲି,

ସବୁଯାକ ଫଟୋ ହଟେଇ ଦେଇ ମୁଁ ପୁଅ ଫଟୋ ଲଗେଇଲି ।


ପୁଅ ବଡ଼ହେଲା ଝିଅ ବାହାହେଲା ନାତୁଣୀ ପାଇଲି କୋଳେ,

ନାତୁଣୀର ଫଟୋ ଉଠେଇ ରଖିଲି ଟେବୁଲର କାଚତଳେ ।


ନାତି ଜନମିଲା ଛାତି ଫୁଲିଗଲା ଫଟୋ ତା'ର ଉଠେଇଲି,

ପୁରୁଣା ଫଟୋକୁ ସବୁ କାଢିଦେଇ ନାତି ଫଟୋ ସଜେଇଲି ।


ନାତି ବଡ଼ହେଇ ବିଦେଶକୁ ଗଲା ତା' ଫଟୋକୁ ଦେଲିକାଢି,

ଜଗନ୍ନାଥ ଫଟୋ କାନ୍ଥରେ ଝୁଲେଇ ପୂଜାକରୁ ବୁଢା-ବୁଢୀ ।


#ସିଧାକଥା


Rate this content
Log in

Similar oriya poem from Classics