STORYMIRROR

Anam Charan Sahoo

Romance

4  

Anam Charan Sahoo

Romance

ଫରକ

ଫରକ

1 min
196

ବିନ୍ଦୁଏ ସିନ୍ଦୂର ମଥାରେ ତୋହର

ମୋତେ କରିଦେଲା ପର

ସତ ସତିକା ତୁ ରାଣୀ ହୋଇଗଲୁ

ନେଇଗଲା ରାଜା ବର।


କଥା ଦେଇଥିଲୁ ମୋତେ ବାହା ହେବୁ

କନକ ବେଦୀରେ ବସି

ତୋ ହୃଦୟ ସଙ୍ଗେ ମୋ ହୃଦ ମିଶିଲେ

ମିଳିବ ଅପାର ଖୁସି

ହେଲୁ ତୁ କାହାର ଦେଲୁ ତୁ ଜହର

ବହିଯାଏ ଅଶ୍ରୁ ଧାର।


ସାଥିରେ ଜୀଇଁବା ସାଥିରେ ମରିବା

ମନେ ଭରିଥିଲା ଆଶା

ପର କରିଦେଲୁ ଦୂର କରିଦେଲୁ

ନ ହେଲା ମୋତେ ଭରସା

ଆଖିର ସପନ ଓଠରେ ମରିଲା

ଦୁଃଖ ତ ମିଳିବା ସାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance