Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gadadhar Sahoo

Fantasy Others

3  

Gadadhar Sahoo

Fantasy Others

ଫୋଟୋ ଆମ ପରିବାରର

ଫୋଟୋ ଆମ ପରିବାରର

1 min
249



କାଚରୁ ଭଲକରି

ଅଳନ୍ଧୁ ପୋଛିଲେ

ସମସ୍ତଙ୍କୁ ଗୋଟି ଗୋଟି

ଭଲକରି ଚିହ୍ନି ହେବ

ପୁରୁଣା ସ୍ମୃତିବି ମନେପଡ଼ିବ ।


ଆଗ ଧାଡିରେ

କାଠ ଚଉକିରେ ଯିଏ ବସିଛନ୍ତି

ସେ ମୋ ଜେଜେ, ଜେଜି ମା

ଯିଏ ଆରପାରିକୁ ଚାଲିଗଲେଣି

ଆଜିକୁ ୧୦ବର୍ଷ ହେଲାଣି

ମୋତେ ଯେତେବେଳେ

୨୨ବର୍ଷ ହୋଇଥିଲା ।


ଜେଜି ମା କାନ୍ଧରେ

ଯିଏ ହାତ ପକାଇଛି

ସେ ଜେଜି ମା’ଙ୍କ ସାନ ଭଉଣୀ

ସେଦିନ ଆସିଥିଲେ ଆମ ଘରକୁ

ମୋ ପୁଅ ଏକୋଇସା ତ୍ରିନ୍ନାଥ ମେଳାକୁ ।

ଆଉ ଜେଜେଙ୍କ

ପାଦ ଛୁଇଁ ଆଣ୍ଠୁମାଡି ଯିଏ ବସିଛନ୍ତି

ସିଏ ମୋ ବାପା ବୋଉ

ଘରର ବଡ ପୁଅ ବୋହୂ ଭାବରେ

ଜେଜେ ବାପାଙ୍କ ଭାରି ଗେହ୍ଲା ।


ସଭା ପଛରେ

ଆମେ ତିନି ଭାଇ

ଚାରି ଭଉଣୀ

ମୋ ସ୍ତ୍ରୀ ଓ ପୁଅ ।


ଏବେ ସମସ୍ତେ

ଯିଏ ଯାହା କାମରେ ବ୍ୟସ୍ତ

ଏକାଠି ହେବା ଭାରି କଷ୍ଟ

ତେବେ ଫୋଟୋରେ

ଯେତେ ବହଳ ଆଳନ୍ଧୁ ଲାଗୁ

ସେ ମଧୁର ମୁହୂର୍ତ୍ତକୁ

ଏବେବି ମଳିନ କରିପାରେନା ।


Rate this content
Log in

Similar oriya poem from Fantasy