Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pratima Satpathy

Classics

4  

Pratima Satpathy

Classics

ଫ୍ଲୋରେନ୍ସ ନାଇଟିଙ୍ଗେଲ

ଫ୍ଲୋରେନ୍ସ ନାଇଟିଙ୍ଗେଲ

1 min
245



ଅଠରଶହ କୋଡିଏ ମସିହାର

   ମଇ ,ବାର ତାରିଖରେ

ଜନ୍ମ ହୋଇଥିଲ ମହାନ ସେବିକା

   ଇଟାଲିର ଟାସ୍କାନିରେ ।


ପିତା ମାତା ଦେଇଥିଲେ ତୁମ ନାମ

   ଫ୍ଲୋରେନ୍ସ ନାଇଟିଙ୍ଗେଲ

ସେବା ଜୀବନର ଏକମାତ୍ର ଧର୍ମ

   ସେବାରେ ବ୍ରତୀ ହୋଇଲ ।


ନିଷ୍ଠାପର ସେବା ବିରଳ ପ୍ରତିଭା

   ସ୍ୱାସ୍ଥ୍ୟ ସେବାର ପ୍ରଚାର

ମହିଳା ମାନଙ୍କୁ ତାଲିମ ଦେବାରେ

   ତୁମେ ଥିଲ ଧୁରନ୍ଧର ।


ବିଶ୍ୱରେ ପ୍ରଥମ ନର୍ସିଙ୍ଗ ସ୍କୁଲ ଯେ 

    ଲଣ୍ଡନରେ କରିଥିଲ

ମହିଳା ମାନଙ୍କୁ ସେହିଠାରେ ତୁମେ

    ତାଲିମ ଯେ ଦେଉଥିଲ ।


ଯୁଦ୍ଧରେ ଆହତ ରକ୍ତାକ୍ତ ସୈନିକ

   ମାନଙ୍କ ସେବା କରିଣ

କରୁଣା ରେ ଆଦ୍ର ନୟନ ତୁମର

   କାନ୍ଦୁଥିଲା ମନ ପ୍ରାଣ ।


ମାନବ ସେବାକୁ ମାଧବଙ୍କ ସେବା

   ଭାବି ସେବା କରୁଥିଲ 

 ତ୍ୟାଗ, ସେବାର ମୂର୍ତ୍ତିମନ୍ତ ପ୍ରତୀକ

    ଜଗତେ ଥିଲ ବିରଳ ।


ଲେଡି ଅଫ ଲ୍ୟାମ୍ପ ନାମେ ପରିଚିତା

   ହେଲ ଜନ ମାନସରେ

ଅଗଷ୍ଟ ତେର ଉଣେଇଶ ଦଶ 

   ଚାଲିଗଲ ସ୍ୱର୍ଗ ପୁରେ ।


ତୁମ ଜନ୍ମ ଦିନ ସେବିକା ଦିବସ

   ରୂପେ ହେଉଛି ପାଳିତ

ମହାନ ସେବିକା ତୁମରି ଚରଣେ

   କରୁଅଛି ପ୍ରଣିପାତ ।


Rate this content
Log in

Similar oriya poem from Classics