Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Abstract Children

3  

Rama chandra Pradhan

Abstract Children

ଫକୀର ମୋହନ ସେନାପତି

ଫକୀର ମୋହନ ସେନାପତି

1 min
375



ଓଡ଼ିଆ ସାହିତ୍ୟର ହେ ମହାନାୟକ

    ଅନନ୍ୟ ତୁମ ସୃଜନ 

ବ୍ୟାସ କବି ଭାବେ ପରିଚିତ ତୁମେ 

  ଆହେ ଫକୀର ମୋହନ l

ବାଲେଶ୍ୱର ଜିଲ୍ଲା ମଲ୍ଲୀକାଶ ପୁର

   ଥିଲା ତୁମ ଜନ୍ମସ୍ଥାନ 

ବହୁ ଦୁଃଖ କଷ୍ଟେ କଟିଥିଲା ତୁମ

  ନିରୀହ ବାଲ୍ୟ ଜୀବନ l

ଶାନ୍ତି କାନନରେ ଲେଖିଥିଲ ତୁମେ 

   କାଳଜୟୀ ଉପନ୍ୟାସ 

ମାମୁଁ ପ୍ରାୟଶ୍ଚିତ ଅବା ସେ' ଲଚ୍ଛମା 

   ଛଅ' ମାଣ ଆଠଗୁଣ୍ଠ l

ଗଳ୍ପ ମଧ୍ୟେ ଶ୍ରେଷ୍ଠ ତୁମ ଗଳ୍ପସାର 

   ଡାକମୁନସି ରେବତୀ 

ହେଉ ରାଣ୍ଡିପୁଅ କି' ଧୂଳିଆ ବାବା 

   ସବୁଥିରେ ତୁମ ଖ୍ୟାତି l

ଆଧୁନିକ ଭାଷା ସାହିତ୍ୟ ଜଗତେ 

  ଥିଲ ତୁମେ କର୍ଣ୍ଣଧାର

କବିତା ପ୍ରବନ୍ଧେ ଧୁରିଣ ଶିଳ୍ପୀଟେ 

   ନାହିଁ ତୁମ ପଟ୍ଟାନ୍ତର l

ଘେନ ମୋ ପ୍ରଣତି ଆହେ ଯୋଗଜନ୍ମା 

   ଦେଉଅଛି ଶ୍ରଦ୍ଧାଞ୍ଜଳି 

ଆଉ ଥରେ ନିଅ ତୁମେ ପୁର୍ନଜନ୍ମ

   ସାହିତ୍ୟର ଦୀପଜାଳି l


Rate this content
Log in

Similar oriya poem from Abstract