STORYMIRROR

Baijayantimala Rout

Romance Others

3  

Baijayantimala Rout

Romance Others

ପହିଲି ସୁରଜ

ପହିଲି ସୁରଜ

1 min
256

ଶୀତ ସକାଳର ପହିଲି ସୂରୁଜ

ଦେହେ ଭରିଦିଏ ଶକ୍ତି

ଘାସ ଗାଲିଚାର କାକର ଟୋପାଟି

ମନେ ଭରିଥାଏ ଶାନ୍ତି।

ଅଗ୍ନି ଶିଖା ପାଶେ ବୁଢ଼ାବୁଢ଼ୀ ବସି

କରନ୍ତି କେତେ ମଉଜ

ଦେହରେ ଚାଦର ମୁଣ୍ଡରେ ଟୋପିଟି

ପିନ୍ଧି ହୋଇଥାନ୍ତି ସଜ।

ବଡବଡିଆଙ୍କ ମର୍ଣ୍ଣିଓ୍ବାକ୍ ବୁଲା

ଦେଖି ଲାଗେ ଭାରି ଖୁସି

ଅଜାଙ୍କ ସାଥିରେ ଟାହି ଟାପରାରେ

ଗଡିଯାଉ ହସିହସି।

ଶୀତୁଆ ସକାଳେ ଗରମ ଚାହାଟେ

ଦେହକୁ କରେ ଉଷୁମ

ତା ସାଥିରେ ପୁଣି ମୁଢ଼ି ବାରମଜା

ଜମେଇ ଦିଏ ରକମ।

ନାନା ଜାତି ଫୁଲ ପରିପୂର୍ଣ୍ଣ ଥାଏ

ଶୀତ ସକାଳରେ ପୁଣି,

ଶୁଷ୍କ ତ୍ବଚାର ଯତ୍ନ ନେଉଥିବ

ପିଇବ ଅଧିକ ପାଣି।

ଶୀତ ସକାଳରେ ପ୍ରେମର ଛୁଆଁଟି

ଲାଗେ ଭାରି ମିଠା ମିଠା,

ମନେ ପଡେ ମୋର ତମ କଥା ଭାରି

ଛାଡେନା ପ୍ରେମର ଅଠା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance