STORYMIRROR

kahnu charan sahu

Romance

2  

kahnu charan sahu

Romance

ପହିଲି ପ୍ରେମ

ପହିଲି ପ୍ରେମ

1 min
132

ଭୁଲି କି ହୁଅଇ ଜୀବନରେ କେବେ

ପହିଲି ପ୍ରେମର ଛୁଆଁ

ଜୀବନ ଯାତ୍ରାର ପ୍ରତି ମୁହୂର୍ତ୍ତରେ

ପହିଲି ପ୍ରେମର ରାହା


ଭରିଦିଏ କେତେ ଖୁସି ଅନୁଭବ

ହୃଦୟର ଉପବନେ

ପ୍ରିୟାର ପୀରତି ଅଭୁଲା ସ୍ମୃରୁତି

ମନେପଡେ ସବୁଦିନେ


ଦରଦୀ ହୃଦୟେ ଖୁସିର ଲହରୀ

ପ୍ରିୟାର ପହିଲି ଦେଖା

ଗ୍ରୀଷମ ଲାଗଇ ଫଗୁଣ ଯେସନେ

ହୋଇଲେ ଜୀବନ ସଖା


ଅନୁଭବୀ ମନୁ ଅପସରିଯାଏ

ହୃଦୟେ ଥିବା ବେଦନା

ପ୍ରେମରେ ଭିଜଇ ଅବୁଝା ମନ ଯେ

ହୋଇ ସତେ ଆନମନା


ଅଭୁଲା ଅତୀତ ପହିଲି ପ୍ରେମର

ରହିଥାଏ ହୃଦୟରେ

ନ ସରେ କଦାପି ଜୀବନ ବଦଳି

ସ୍ମୃତି ହୋଇ ମନୁ ଝରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance