Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ପହିଲି ମୌସୁମୀ

ପହିଲି ମୌସୁମୀ

1 min
170



ପହିଲି ମୌସୁମୀ     

ଚୁମି ଗଲା ଭୂମି

     ଗ୍ରୀଷମେ ଶୀତଳ ଭରି ।

ଶୁଷ୍କ  ମୃତ୍ତିକାର

ଭିଜା ବାସ୍ନା ତାର

     ଚହଟଇ ବୁକୁ ଚିରି ।।


ମେଘେ ମେଘାଚ୍ଛନ୍ନ 

ଆକାଶ   ତମାମ

      ଇନ୍ଦ୍ରବାଣ ମାରେ ଠାଣି ।

ଚମକେ  ବିଜୁଳି

ସତେ ସ୍ଵର୍ଣ୍ଣ ମାଳି

      ପିନ୍ଧି ଅଛି ବର୍ଷା ରାଣୀ ।।


ତପ୍ତ ତରୁ ଗଣ

ଲଭି ନବ ପ୍ରାଣ

     ଆହ୍ଲାଦିତେ ଅନୁପମ ।

ଶୀତଳ ସପନ

ରଜନୀ ରତନ

      ଉଦ୍ଭାଷିତ ଉନ୍ମାଦନ ।।


ପ୍ରକୃତି ସନ୍ତାନ

କରିବ କଷଣ

କ୍ଷେତେ କ୍ଷମତାର ବଳ ।

ଆନନ୍ଦ ଲହରୀ

ଖେଳେ ଉଙ୍କିମାରି

      ଆଗମନେ ମୌସୁମୀର ।।


ରହି ରହି ଡାକ

ଡାକୁଅଛି ଭେକ

     ବସି ସାରୁ ବୁଦା ମୂଳେ ।

ପୂର୍ଣ୍ଣ ନଦୀ ନାଳ

ବରଷାର  ଜଳ

      ମୀନଟି ଆନନ୍ଦେ ଖେଳେ ।।



Rate this content
Log in

Similar oriya poem from Inspirational